ନବ ନିର୍ମିତ ତୋରଣ ଉଦଘାଟନ କଲେ ବିଧାୟକ : ଅଧ୍ଯକ୍ଷ ଅନୁପସ୍ଥିତିକୁ ନେଇ ସାଧାରଣରେ ଅସନ୍ତୋଷ

ଓଡ଼ିଶା ତାଜା ନ୍ୟୁଜ୍/୯ ଜୁଲାଇ ଶନିବାର/ବୈପାରିଗୁଡା :- କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକର ବୈପାରିଗୁଡା ଗ୍ରାମରେ ଥିବା ପ୍ରସିଦ୍ଧ ଦେବୀ ପୀଠ ମାଁ ବିରଖମ୍ବ ପୀଠ କୁ ଯିବା ରାସ୍ତା ଉପରେ ନିର୍ମିତ ନୂତନ ତୋରଣ କୁ ଆଜି କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ଯକ୍ଷ ରଘୁରାମ ପଡାଲଙ୍କ ଦ୍ବାରା ପୂଜାଚର୍ଚ୍ଛା କରାଯାଇ ନଡିଆ ମାରି ରିବନ କାଟି ଉଦଘାଟିତ ହୋଇଛି ! ବିଧାୟକ ପାଣ୍ଠିରୁ ୯ ଲକ୍ଷ ୮୦ ହଜାର ଟଙ୍କା ବ୍ୟୟ ଅଟକଳରେ ଏହି ତୋରଣ ନିର୍ମିତ କରାଯାଇଛି। ଓଡିଶା ସହିତ ଆନ୍ଧ୍ରପ୍ରଦେଶ, ଛତିଶଗଡ, ଉତର ପ୍ରଦେଶ ସହିତ ଅନ୍ଯ କେତେକ ରାଜ୍ଯର ଭକ୍ତ ମାନେ ଏହି ପୀଠ କୁ ଆସି ମା ଙ୍କ ର ଦର୍ଶନ ଲାଭ କରିଥାନ୍ତି !

ଭକ୍ତ ମାନଙ୍କ ସୁବିଧା ପାଇଁ ବିଧାୟକ ପାଣ୍ଠିରୁ ଅନୁଦାନ ଆଣାଯାଇ ତୋରଣ ନିର୍ମିନ କରାଯାଇଛି ! ରାସ୍ତା ଓସାରିଆ ହେବା ପରେ ବିରଖମ୍ବ ପୀଠକୁ ଯାତାୟତ କରିବା ରାସ୍ତା କିଛି ଭକ୍ତ ଜାଣିପାରୁନଥିବା ହେତୁ ତୋରଣ ନିର୍ମିନ କରାଯାଇଥିବା ନେଇ ବିଧାୟକ ତାଙ୍କ ପ୍ରତିକିୟାରେ ପ୍ରକାଶ କରିଛନ୍ତି ! ବୈପାରିଗୁଡା ବିଡିଓ ଅଭିମନ୍ଯୁ କବି ଶତପଥିଙ୍କ ତତ୍ୱାବଧାନରେ ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମ ରେ ବିଧାୟକ ରଘୁରାମ ପଡାଲ, ବ୍ଲକ ଉପାଧ୍ଯକ୍ଷ ପୂର୍ଣ୍ଣମା ବାରିକ, ଜୋନ-୧ ଜିଲ୍ଲାପରିଷଦ ରାଜେଶ୍ବର ମହୁରିଆ,

ସରପଂଚ ସୂର୍ଯ୍ଯମଣି ନାୟକ, ସମିତିସଭ୍ଯା ମଞ୍ଜୁଲତା ପଟ୍ଟନାୟକ, ବ୍ଲକ ଏଇ କନିଷ୍ଟ ଯନ୍ତ୍ରୀ ଲମ୍ବୋଦର ନାୟକଙ୍କ ସହିତ ବିଜେଡି ବ୍ଲକ ଆବାହକ ହେମନ୍ତ ମହାପାତ୍ର , ବିଧାୟକ ପ୍ରତିନିଥି ରମେଶ ସ୍ବାଇଁ, କୋରାପୁଟ ସାସଂଦ ପ୍ରତିନିଥି ପି.ରମେଶ ପାତ୍ରଙ୍କ ସହିତ ବିଭିନ୍ନ ପଚଂୟତର ସରପଂଚ ଓ ସମିତିସଭ୍ଯ ଏବଂ ଦଳୀୟ କର୍ମୀ ମାନେ ଉପସ୍ଥିତ ରହିଥିବା ବେଳେ କାହିଁକି ଏହି ଉଦଘାଟନ ଉତ୍ସବକୁ ବ୍ଲକ ଅଧ୍ଯକ୍ଷ ପ୍ରଶାନ୍ତ କୁମାର ଗୁପ୍ତା ଅନୁପସ୍ଥିତ ରହିଲେ ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୁଷ୍ଟି କରିବା ସହ କଣ ପାଇଁ ତୋରଣ ଉଦଘାଟନ ଉତ୍ସବରେ ଯୋଗଦାନ କଲେ ନାହିଁ ବ୍ଲକ ଅଧ୍ଯକ୍ଷ ପ୍ରଶାନ୍ତ କୁମାର ଗୁପ୍ତା ତାହାକୁ ନେଇ ଏବେ ଚର୍ଚ୍ଛା ଜୋର ଧରିଛି !

Exit mobile version