odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com
କଟକ/ରିପୋର୍ଟ /ଲଷ୍ମୀଧର ଖୁଣ୍ଟିଆ (ଓଡିଶା ତାଜା ନ୍ୟୁଜ୍ )୨୧ ମଇ,ଗୁରୁବାର :- କଟକ ଜିଲ୍ଲା ମାହାଙ୍ଗା ବ୍ଲକ ରୁ ୯ କୋରୋନା ଆକ୍ରାନ୍ତ । ଚିହ୍ନଟ ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି ଓ ସମସ୍ତ ଆକ୍ରାନ୍ତ କ୍ବାରଣ୍ଟାଇନ ସେଣ୍ଟରରେ ଥିଲେ ।
୮ ଜଣ ହାଇଦ୍ରାବାଦ ଫେରନ୍ତା ଜଣେ କେରଳ ଫେରନ୍ତା ବୋଲି ଜଣାପଡିଛି । କଟକ ଜିଲ୍ଲା ରେ କୋରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ପହଞ୍ଚିଲା ୪୫ ରେ ଦୁଇଜଣ ସୁସ୍ଥ ହୋଇ ଫେରିଛନ୍ତି ଜଣେ ମୃତ । ଆକ୍ଟିଭ ୪୨ କେଶ .କ୍ଵାରେଣ୍ଟଇନ କେନ୍ଦ୍ରରେ ରେ କେହି ବି ସାମାଜିକ ଦୂରତା ରକ୍ଷା କରୁନାହାନ୍ତି, ଯେମିତି ଘରେ ବାହାରେ ମିଶନ୍ତି ସେମିତି ତା ମଧ୍ୟରେ ଚଳପ୍ରଚଳ କଲେ ଯାହା ହେବା କଥା ହେବ ।
ଯଦି କ୍ଵାରେଣ୍ଟଇନ ରେ ନିୟମ କଡାକଡି ନହୁଏ ତେବେ ସବୁ ଆକ୍ରାନ୍ତ ହେବା ଆଉ ଡ଼େରିନୁଏ । ମାହାଙ୍ଗା କ୍ଵାରେଣ୍ଟଇନ କେନ୍ଦ୍ରରେ ବାହାର ଲୋକଙ୍କ ଅବାଧ ପ୍ରବେଶ ଆଗକୁ ଭୟଙ୍କର ହେବ, ପ୍ରଶାସନ ଯଦି ଏବେଠାରୁ ସତର୍କତା ଅବଲମ୍ବନ ନକରନ୍ତି ଏହାକୁ ରୋକିବା କଷ୍ଟକର ହୋଇଯିବ ।
