ମେଟ୍ରିକ ଫଳାଫଳ ଗଜପତି ଜିଲ୍ଲାରେ ପାରଳାଖେମୁଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରର ମୀରା ପାଢୀ ହେଲେ ଜିଲ୍ଲା ଟପ୍ପର

ଓଡ଼ିଶା ତାଜା ନ୍ୟୁଜ୍/୯ ଜୁଲାଇ ଶନିବାର/ପାରଳାଖେମୁଣ୍ଡ :- ଗଜପତି ଜିଲ୍ଲାରେ ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ପାସ ହାର ୯୦.୩୨ ପ୍ରତିଶତ ରହିଥିବାବେଳେ ୭ହଜାର ୧ଜଣ କୃତକାର୍ଯ୍ୟ ହୋଇଛନ୍ତି । ସେହିପରି ଭାବେ ଜିଲ୍ଲାରେ ଏ-୧ ଗ୍ରେଡରେ ମାତ୍ର ୭ଜଣ, ଏ-୨ ଗ୍ରେଡ୍‌ରେ ୪୨୩ଜଣ, ବି-୧ ଗ୍ରେଡ୍‌ରେ ୨୫୭୭ଜଣ, ବି-୨ ଗ୍ରେଡ୍‌ରେ ୨୬୩୫ଜଣ, ସି ଗ୍ରେଡ୍‌ରେ ୧୦୩୩ଜଣ, ଡି ଗ୍ରେଡ୍‌ରେ ୨୬୯, ଇ- ଗ୍ରେଡ୍‌ରେ ୫୭ କୃତ କାର୍ଯ୍ୟ ହୋଇଥିବା ବେଳେ ୪୭ଜଣ ଏଫ୍ ଗ୍ରେଡ ହୋଇଛନ୍ତି ।

ଏଥି ମଧ୍ୟରୁ ଏ-୧ଗ୍ରେଡରେ ୭ଜଣ ପାସ କରିଥିବା ବେଳେ କେବଳ ପାରଳାଖେମୁଣ୍ଡି ଠାରେ ଥିବା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୬ଜଣ ଅଛନ୍ତି । ଅନ୍ୟ ଜଣେ ରାୟଗଡ ସରକାରୀ ଉଚ୍ଚ ବିଦ୍ୟାଳୟର ଏଲ୍‌. ଦିବାକର ବୋଲି ଜଣାପଡିଛି । ପାରଳା ଶିଶୁମନ୍ଦିରର ଛାତ୍ରୀ ମୀରା ପାଢୀ ୯୬.୬୦ ପ୍ରତିଶତ ମାର୍କ ହାସଲ କରି ଜିଲ୍ଲାର ଟପ୍ପର ହୋଇଥିବା ବେଳେ ଛାତ୍ରୀ ମୋନାଲିସା ସ୍ୱାଇଁ ୯୩.୫୦ପ୍ରତିଶତ, ଛାତ୍ର ଦୟାଲ କୁମାର ପାଢୀ,

୯୩.୫୦ପ୍ରତିଶତ, ପଲ୍ଲବୀ ପାଣ୍ଡି ୯୨ପ୍ରତିଶତ, ଲିପ୍ସିତା ଖଡ୍ଗରାୟ ୯୦.୧ପ୍ରତିଶତ, ଜି. ଭିନୀଲା ୯୦ ପ୍ରତିଶତ ରଖି ଜିଲ୍ଲାପାଇଁ ଗୌରବ ଆଣିଛନ୍ତି । ସେହିପରି ରାୟଗଡ ସରକାରୀ ହାଇସ୍କୁଲର ଏଲ୍‌. ଦିବାକର ୯୧.୫ପ୍ରତିଶତ ମାର୍କ ରଖି ଥିବାର ଜଣାପଡିଛି । ଏହି କୃତକାର୍ଯ୍ୟ ହାସଲ କରିଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ମହଲ ତରଫରୁ ଶୁଭେଚ୍ଛାର ଶୁଅ ଛୁଟିବାରେ ଲାଗିଛି ।

Exit mobile version