ବିଦ୍ୟାଳୟ ସୁରକ୍ଷା ଓ ନିରାପତ୍ତା ପାଳନ

ଓଡ଼ିଶା ତାଜା ନ୍ୟୁଜ୍/୯ ଜୁଲାଇ ଶନିବାର/କଳାହାଣ୍ଡି :- ନର୍ଲା ବ୍ଳକ ଭୀମକେଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସୁରକ୍ଷା ଓ ନିରାପତ୍ତା ଉପରେ ଆଧାରିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ କିଶୋର ଚନ୍ଦ୍ର ଭୋଇ ଛାତ୍ରଛାତ୍ରୀମାନଙ୍କୁ ସୁରକ୍ଷା ଦୃଷ୍ଟିରୁ ଅଗ୍ନି ନିରାପତ୍ତା ଯନ୍ତ୍ରର ବ୍ୟବହାର, ସଠିକ ଉପଯୋଗ ଉପରେ ଉଦାହରଣ ରଖିଥିଲେ। ବିଦ୍ୟାଳୟ ସୁରକ୍ଷା ଦିଗରେ ଛାତ୍ର ଛାତ୍ରୀମାନଙ୍କ ଭୂମିକା ସମ୍ପର୍କରେ ମଧ୍ୟ ସୂଚନା ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ବିଦ୍ୟାଳୟ ସଭାପତି ସଞ୍ଜୟ ଭୋଇ, ପୂର୍ବତନ ସଭାପତି କୁଞ୍ଜବିହାରୀ ସାହୁ, ପରିଚାଳନା କମିଟିର ତପସ୍ଵିନୀ କରୁଆଁ, ଦମୟନ୍ତୀ ଜାଳ, ଦୀପାଞ୍ଜଳୀ ସୁନା ପ୍ରମୁଖ ଉପସ୍ଥିତ ଥିଲେ। ଶିକ୍ଷକ ସୁରେଶ ଚନ୍ଦ୍ର ପଧାନ, ଭରତ ଭୋଇ, ଆଲ୍ଲାଦିନୀ ପୁଟେଲ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Exit mobile version