
ଓଡ଼ିଶା ତାଜା ନ୍ୟୁଜ୍/୮ ଜୁଲାଇ ଶୁକ୍ରବାର/ବରଗଡ଼ :- ବରପାଲି ଥାନା ଅଞ୍ଚଳରୁ ନକଲି ନୋଟ୍ କାରବାର ସଂପର୍କରେ ଓଡ଼ିଶା ପୋଲିସ ର ସ୍ବତନ୍ତ୍ର ଟାକ୍ସ ଫୋର୍ସ ଖବର ପାଇ ସ୍ଥାନୀୟ ପୋଲିସ ସହାୟତାରେ ଦୁଇ ଜଣକୁ ଧରିବାରେ ସଫଳ ହୋଇଛି । ତାଙ୍କ ଠାରୁ ୧୪ ଲକ୍ଷ ୨୯ହଜାର ପାଞ୍ଚ ଶହ ଟଙ୍କା ସହ ନୋଟ୍ ଛପା ପ୍ରିଣ୍ଟର ଓ ଦୁଇଟି ମୋବାଇଲ୍ ଫୋନ୍ ଜବତ୍ କରିଛି ।

