ଜିଲ୍ଲା ପରିଷଦ ଷ୍ଟାଣ୍ଡି° କମିଟି – G ର ବୈଠକ

ଓଡ଼ିଶା ତାଜା ନ୍ୟୁଜ୍/୮ ଜୁଲାଇ ଶୁକ୍ରବାର/ବରଗଡ଼ :- ବରଗଡ଼ ଜିଲ୍ଲା ପରିଷଦ ଷ୍ଟାଣ୍ଡି° କମିଟି-G ର ବୈଠକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । କମିଟି ର ଅଧ୍ୟକ୍ଷା ସଭ୍ୟା ପଦ୍ମିନୀ ଗଡତିଆ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ର ଶିକ୍ଷା, କ୍ରୀଡା ଓ ସଂସ୍କୃତି ର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା । ଏଥିରେ ଜିଲ୍ଲା ର ଶିକ୍ଷା କ୍ଷେତ୍ରରେ ଅଭାବନୀୟ ପରିସ୍ଥିତି ଉପୁଜୁଥିବା ଓ ଏହାର ସମାଧାନ ହୋଇନପାରିବା ଯୋଗୁଁ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା ।

ଜିଲ୍ଲା ର ୧୨ ଟି ବ୍ଲକରେ ଆଦର୍ଶ ବିଦ୍ୟାଳୟ ରହିଛି । ସବୁ ସ୍କୁଲ କୁ ୫ଟିରେ ସାମିଲ କରାଯାଇଥିଲେ ମଧ୍ୟ ଗାଇସିଲେଟ ବ୍ଲକ ସ୍କୁଲ ର ଅବସ୍ଥା ଶୋଚନୀୟ ରହିଛି । ସେହିପରି ଧଅରାଖମନ ସ୍କୁଲ କୁ ଛାତ୍ର ଛାତ୍ରୀ ମାନେ ୨କିମି ହାତୀ ଚଲା ରାସ୍ତା ରେ ସ୍କୁଲ କୁ ଯାଉଛନ୍ତି।ମୁଣ୍ଡା ସ୍କୁଲ ରେ ଛତୁଆ ପ୍ୟାକେଟ ଗୁଡିକ କମ୍ ଓଜନ ଥିବା ଅଭିଯୋଗ ର ଅଧିକାରୀ ମାନେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

କ୍ରୀଡା ର ଉନ୍ନତି ପାଇଁ ଏକ ପୂର୍ଣ୍ଣ ଷ୍ଟାଡିୟମ କେବେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଉପସ୍ଥିତ ଅଧିକାରୀ ଙ୍କୁ ଉତ୍ତର ମଗାଯାଇଥିଲା । ସେହିପରି ସଂସ୍କୃତି ବିଭାଗ ର କାର୍ଯ୍ୟ ଉପରେ ମଧ୍ୟ ସମୀକ୍ଷା କରାଯାଇ ଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ, ଉପାଧ୍ୟକ୍ଷ ମୋହନ ଲୁହା, ସଭ୍ୟା ଝରଣା ପାଣିଗ୍ରାହୀ, କଳ୍ପନା ପ୍ରଧାନ, ମମତା ପ୍ରଧାନ, ପ୍ରଭାସିନୀ ପ୍ରଧାନ, ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା କ୍ରୀଡ଼ା ଅଧିକାରୀ, ଜିଲ୍ଲା ସଂସ୍କୃତି ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଉପସ୍ଥିତ ଥିଲେ ।

Exit mobile version