ଜାତୀୟ ମୁଏଥାଇ ୨୦୨୨ – ବରଗଡ କୁ ୩ଟି ରୌପ୍ୟ ଏବଂ ୪ଟି କାଂସ୍ୟ ସହ ସମୁଦାୟ ୭ ଟି ପଦକ : ସମ୍ବର୍ଦ୍ଧିତ ହେଲେ ପ୍ରତିଯୋଗୀ

ଓଡ଼ିଶା ତାଜା ନ୍ୟୁଜ୍/୮ ଜୁଲାଇ ଶୁକ୍ରବାର/ବରଗଡ :- ଆନ୍ତର୍ଜାତିକ ଅଲମ୍ପିକ କମିଟି ଦ୍ୱାରା ସ୍ୱୀକୃତ “ଇଣ୍ଟରନାସନାଲ ଫେଡେରେସନ ଅଫ ମୁଏଥାଇ ଆସୋସିଏସନ” ସହ ଅନୁବନ୍ଧିତ ଏକମାତ୍ର ଭାରତୀୟ ସଂସ୍ଥା “ୟୁନାଇଟେଡ଼ ମୁଏଥାଇ ଆସୋସିଏସନ- ଇଣ୍ଡିଆ” ପକ୍ଷରୁ ମଧ୍ୟପ୍ରଦେଶ ର ଦେବାସ ସ୍ଥିତ ଶ୍ରୀମନ୍ତ ଟୁକୋଜି ରାଓ ପାୱାର ଇଣ୍ଡୋର ଷ୍ଟାଡିଅମ ଠାରେ ୧୬ ରୁ ୨୨ ଜୁନ ୨୦୨୨ ପର୍ଯ୍ୟନ୍ତ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି ୟୁ .ଏମ.ଏ.ଆଇ ନ୍ୟାସନାଲ ମୁଏଥାଇ ପ୍ରତିଯୋଗିତା ୨୦୨୨ |

ଏହି ପ୍ରତିଯୋଗିତାରେ ଓଡିଶା ଅଲମ୍ପିକ ସଂଘ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ସଂସ୍ଥା “ଓଡିଶା ମୁଏଥାଇ ୟୁନିଅନ” ଏକ ୫୮ ଜଣିଆ ଦଳ (୪୮ ମୁଏଥାଇ ଖେଳାଳି ଓ ୧୦ ଅଫିସିଆଲ) ସେଥି ମଧ୍ୟରେ ବରଗଡ ଆର୍ଟ୍ସ ଟେମ୍ପଲ ର ବିଭିର୍ନ ବୟସ-ବିଭାଗ ଓ ଓଜନ-ବର୍ଗ ରେ ଭାଗ ନେଇ ୩ଟି ରୌପ୍ୟ ଏବଂ ୪ ଟି କାଂସ୍ୟ ପଦକ ଦେଇ ଗୌରବାନ୍ୱିତ କରିଛନ୍ତି |

୩ ଟି ରୌପ୍ୟ ପଦକ ବିଜୟୀ ମଧ୍ୟରେ ଶ୍ରୀୟନସ ପଣ୍ଡା, ଶାଶ୍ୱତ ଡାଙ୍ଗ, ଏମ.ଡି. ସର୍ଫରଜ ଖାଁ ଏବଂ ୪ ଟି କାଂସ୍ୟ ପଦକ ବିଜେତା ଙ୍କ ମଧ୍ୟରେ ଉମେଶ କୁମାର ପ୍ରଧାନ, ଅଭିଶେଖ ପାରୁଆ ଯାଦବ , ଅନୁପ ସୁନା ଓ ସୁମିତ କୁମାର ମହାନନ୍ଦ ରହିଛନ୍ତି | ଓଡିଶା ଦଳର ଶୃଙ୍ଖଳାପୂର୍ବକ ପ୍ରଦର୍ଶନନେଇ “ୟୁନାଇଟେଡ଼ ମୁଏଥାଇ ଆସୋସିଏସନ- ଇଣ୍ଡିଆ” ପକ୍ଷରୁ ଓଡିଶା ରାଜ୍ୟ କୁ ସ୍ୱତନ୍ତ୍ର ରୂପେ ସମ୍ମାନିତ କରାଯାଇଛି | ତଦସହିତ ଓଡିଶାରୁ ଜାତୀୟ ରେଫରୀ ଭାବେ ବରଗଡ ର ଚନ୍ଦ୍ର ଶେଖର ବାହୁକ ଙ୍କୁ ମଧ୍ୟ ସ୍ୱତନ୍ତ୍ର ପୁରସ୍କାର ଯୋଗେ ସମ୍ମାନିତ କରାଯାଇଛି |

ଏହି କୃତି ପ୍ରତିଯୋଗୀ ମାନଙ୍କୁ ରାଜ୍ୟ ସଂଘ ପକ୍ଷରୁ ସମ୍ମାନିତ କରାଯାଇଥିଲା। ରାଜ୍ୟ ମୁଏଥାଇ ୟୁନିୟନ ର ସଭାପତି ରବି ପଣ୍ଡା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଜିଲ୍ଲା କ୍ରୀଡା ସଂସଦ ର ସାଧାରଣ ସମ୍ପାଦକ କିଶୋର କୁମାର ମିଶ୍ର ଓ ରାଜ୍ୟ ସଂଘ ଯୁଗ୍ମ ସମ୍ପାଦକ ଅତିଥି ଭାବରେ ଯୋଗଦେଇ କୃତି ପ୍ରତିଯୋଗୀ ମାନଙ୍କ ସହ ଜାତୀୟ ରେଫରୀ ଭାବରେ ମନୋନୀତ ହୋଇଥିବା ଚନ୍ଦ୍ର ଶେଖର ବାହୁକ, ଦଳୀୟ ମ୍ୟାନେଜର ଭାବରେ ଯାଇଥିବା ରାଜେନ୍ଦ୍ର ପ୍ରସାଦ ଭୋଇ,ସୁଧୀର ବାରିକ,ରୁପେଶ ଅଧିକାରୀ ଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।

Exit mobile version