ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଓଡିଶା ବିଧାନସଭା ପରିସରରେ : ବିଜେଡି ବିଧାୟକ ସାଂସଦଙ୍କ ସହିତ ଆଲୋଚନା

ଓଡ଼ିଶା ତାଜା ନ୍ୟୁଜ୍/୮ ଜୁଲାଇ ଶୁକ୍ରବାର/ଭୁବନେଶ୍ୱର :- ଆଜି ଦ୍ରୌପଦୀ ବିଧାନସଭା ପରିସରରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ, ପ୍ରଶାନନ୍ତ ମୁଦୁଲି, ସାଂସଦ ପିନାକୀ ମିଶ୍ର, ସସ୍ମିତ ପାତ୍ର ସ୍ବାଗତ କରିଥିଲେ । ସମ୍ମଳନୀ କକ୍ଷ ଦ୍ବାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ପାଛୋଟି ନେଇଥିଲେ । ଏହାପରେ ଦ୍ରୌପଦୀ ରାଜ୍ୟ ଅତିଥୀ ଭବନରେ ବିଜେପି ବିଧାୟକ ଏବଂ ସାଂସଦଙ୍କ ସହିତ ଆଲୋଚନା କରିବେ ।

ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଓଡିଶା ବିଧାନସଭା ପରିସରରେ ଥିବା ସମ୍ମିଳନୀ କକ୍ଷରେ ଆଲୋଚନା କରୁଛନ୍ତି । ସେଠାରେ ସେ ବିଜେଡି ସାଂସଦ ଏବଂ ବିଧାୟକକଙ୍କ ସହିତ ଆଲୋଚନା କରୁଛନ୍ତି । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଅଛନ୍ତି ।

Exit mobile version