
ଓଡ଼ିଶା ତାଜା ନ୍ୟୁଜ୍/୭ ଜୁଲାଇ ଗୁରୁବାର/କାନ୍ବେରା :- ଅଷ୍ଟ୍ରେଲିଆର ରାଜଧାନୀ କାନ୍ବେରା ଠାରେ ଶ୍ରୀଜଗନ୍ନାଥଙ୍କର ଏକାଦଶତମ ପବିତ୍ର ରଥଯାତ୍ରା ପର୍ବ ଭକ୍ତିପୂତ ପରିବେଶ ମଧ୍ୟରେ ପାଳନ କରାଯାଇଛି । ଚତୁର୍ଦ୍ଧାମୂର୍ତ୍ତି ବିରାଜମାନ କରୁଥିବା ହିନ୍ଦୁ ମନ୍ଦିର ଓ ସାଂସ୍କୃତିକ କେନ୍ଦ୍ର ତରଫରୁ ଆୟୋଜିତ ଏହି ପାର୍ବଣ ପାଇଁ ଶ୍ରୀବିଷ୍ଣୁ ଶିବ ମନ୍ଦିର ସହଯୋଗ କରିଥିଲେ । ଏହି ମହୋତ୍ସବ ଉପଲକ୍ଷେ ବଢ଼ି ଭୋରରୁ ଚାରି ଠାକୁରଙ୍କ ସମ୍ମୁଖରେ ମଙ୍ଗଳ ଆଳତୀ, ମଇଲମ, ତଡ଼ପଲାଗି, ରୋଷ ହୋମ, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ଏବଂ ସକାଳ ଧୂପ ଆଦି ରୀତିନୀତି ଧାର୍ମିକ ପ୍ରଥା ଅନୁଯାୟୀ ସମ୍ପନ୍ନ କରାଯାଇଥିଲା ।

