
ଓଡ଼ିଶା ତାଜା ନ୍ୟୁଜ୍/୭ ଜୁଲାଇ ଗୁରୁବାର/ମାଞ୍ଚେଷ୍ଟର :- ଇଂଲଣ୍ଡର ତୃତୀୟ ବୃହତ୍ତମ ମହାନଗର ମାଞ୍ଚେଷ୍ଟରଠାରେ ଦ୍ଵିତୀୟ ରଥଯାତ୍ରା ଉତ୍ସବ ଖୁବ ଯାକଜକମ ଓ ଜୋରଦାର ଢଙ୍ଗରେ ପାଳନ କରାଯାଇଛି। ଏହି ଉପଲକ୍ଷେ ସକାଳୁ ଚାରି ଦିଅଁ ବିରାଜମାନ କରୁଥିବା ଗୀତାଭବନ ଠାରେ ମୁଖ୍ୟ ପୂଜାରୀ ପଣ୍ଡିତ ଶ୍ୟାମ ସୁନ୍ଦର ଶର୍ମାଙ୍କର ତତ୍ତ୍ଵାବଧାନରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ଓ ଯଥାବିଧି ରୀତିନୀତି ସମ୍ପନ୍ନ କରାଯାଇଥିଲା।

