ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ସଚେତନତା ରଥ ଶୁଭ ଉଦଘାଟନ କଲେ ଅତିରିକ୍ତ ଜିଲ୍ଲାପାଳ

ଓଡ଼ିଶା ତାଜା ନ୍ୟୁଜ୍/୭ ଜୁଲାଇ ଗୁରୁବାର/ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡିରେ ଓଡିଶା ସରକାର ଓ ଭାରତ ସରକାରଙ୍କ କୃଷି ବିଭାଗ ଦ୍ୱାରା ପରିଚାଳିତ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ସଚେତନତା ରଥ ଶୁଭ ଆରମ୍ଭ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ପତାକା ଦେଖାଇ ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରୁ ଶୁଭାରମ୍ଭ କରିଛନ୍ତି l

ଉକ୍ତ ରଥ ଗୁଡିକ ସାତଟି ବ୍ଲକର ବିଭିନ୍ନ ପଞ୍ଚାୟତକୁ ଭ୍ରମଣ କରି ଚାଷୀମାନଙ୍କୁ ଫସଲ ବୀମା ବିଷୟରେ ସଚେତନତା କରାଇବା ସହିତ ଚାଷୀମାନେ କିପରି ଭାବରେ ନିଜ ଫସଲକୁ ବୀମାଭୁକ୍ତ କରି ଫସଲ ସହିତ ଜଡିତ ହୋଇ ସେ ସମ୍ପର୍କରେ ଅବଗତ କରି ବୁଝିପାରିବେ l ଚଳିତ ବର୍ଷ ଖରିଫ ରତୁରେ ଗଜପତି ଜିଲ୍ଲାରେ ଧାନ, ମାଣ୍ଡିଆ, ଚିନାବାଦାମ, କପା ଓ ମକା ଫସଲ ବୀମାକୁ ଚାଷୀମାନେ ବୀମା ମୁକ୍ତ କରିପାରିବେ l ଏଥି ପାଇଁ ବିଭିନ୍ନ ଫସଲ ପାଇଁ ଭିନ୍ନ ଭିନ୍ନ ପ୍ରିମିୟମ ପରିମାଣ ଧାର୍ଯ୍ୟ କରାଯାଇଅଛି l

ଧାନ -ହେକ୍ଟର ପିଛା -ଟ.୧୩୬୫.୦୦
ମାଣ୍ଡିଆ -ହେକ୍ଟର ପିଛା ଟ.୪୭୬.୦୦
କପା -ହେକ୍ଟର ପିଛା ଟ.୩୫୨୫.୦୦
ଚିନା ବାଦାମ -ହେକ୍ଟର ଟ. ୧୨୩୦.୦୦,

ମକା -ହେକ୍ଟର ପିଛା -୧୪୫୦.୦୦ l

ଉକ୍ତ ସଚେତନତା ରଥ ବୁଲିବାର କାର୍ଯ୍ୟକ୍ରମ ଚଳିତ ଜୁଲାଇ ମାସ ୩୧ତାରିଖ ପର୍ଯ୍ୟନ୍ତ ଜାରି ରହିବ l ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କୈଳାସ ଚନ୍ଦ୍ର ବେହେରା,କୃଷି ଜିଲ୍ଲା ଅଧିକାରୀ ଇରିନିଆସ ପ୍ରଧାନ,ସହକାରୀ କୃଷି ଅଧିକାରୀ ସୁରଜ କୁମାର ପାତ୍ର, ଏଚଡିଏଫସି, ଏରଜିଓ ବୀମା କମ୍ପାନୀର ଅତୁଲ କୁମାର ଏବଂ ଶିବାଶିଷ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l

Exit mobile version