
ଓଡ଼ିଶା ତାଜା ନ୍ୟୁଜ୍/୭ ଜୁଲାଇ ଗୁରୁବାର/ପାରଳାଖେମୁଣ୍ଡି :- ଗତକାଲି ରାତିରେ ଏକ ଘରୋଇ ଯାତ୍ରୀବାହୀ ବସ ସଡ଼କ ଦୁର୍ଘଟଣା ଘଟିଛି I ଏଥିରେ ପାରଳାଖେମୁଣ୍ଡି ସହରର ଜଣେ ଶିକ୍ଷୟିତ୍ରୀ ଙ୍କ ମୃତ୍ୟୁ ଘଟିଥିବାବେଳେ ୩୦ ଜଣ ଆହତ ହୋଇଛନ୍ତି I ଏଥିରେ ୧୪ ଜଣ ଗୁରୁତର ଅଛନ୍ତି I ଘଟଣାରୁ ପ୍ରକାଶ ପାରଳାଖେମୁଣ୍ଡି ଠାରୁ ଉମରକୋଟ ଯାଉଥିବା ସାଇକୃପା ନାମକ ଏକ ଘରୋଇ ବସ ଗତକାଲି ରାତିରେ ମୁକୁନ୍ଦପୁର ନିକଟସ୍ଥ ହାତୀଖମ୍ବା ଗ୍ରାମ ନିକଟରେ ହଠାତ ଓଲଟି ପଡିଥିଲା I ଏହି ସମୟରେ ବସରେ ୪୦ଜଣ ଯାତ୍ରୀ ଥିଲେ I

