ଡି.ଏ.ଭି କଳିଙ୍ଗ ନଗରରେ ରୌପ୍ୟ ଜୟନ୍ତୀ ସମାପନ ଉତ୍ସବ ସହ୨୬ତମ ବାର୍ଷିକ ପ୍ରତିଷ୍ଠା ଦିବସ ପାଳିତ

ଓଡ଼ିଶା ତାଜା ନ୍ୟୁଜ୍/୬ ଜୁଲାଇ ବୁଧବାର /ଭୁବନେଶ୍ୱର :- ଶିକ୍ଷାକ୍ଷେତ୍ରରେ ସଫଳତାର ସହ ୨୫ ବର୍ଷ ପୂରଣ କରିଥିବା ଡି.ଏ.ଭି ପବ୍ଲିକ ସ୍କୁଲ କଳିଙ୍ଗ ନଗରରେ ୨୬ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ରୌପ୍ୟ ଜୟନ୍ତୀ ପୂର୍ତ୍ତି ଉପଲକ୍ଷେ ପାଳିତ ଏହି ସମାପନ ଉତ୍ସବରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ବିପିନ କୁମାର ସାହୁ ସ୍ୱାଗତ ଭାଷଣ ଦେଇଥିଲେ । ବିଦ୍ୟାଳୟର ଚେୟାରମ୍ୟାନ ଶ୍ରୀଯୁକ୍ତ ମଦନ ମୋହନ ପଣ୍ଡା, ଓଡ଼ିଶା ଡି.ଏ.ଭି ଅନୁଷ୍ଠାନ ସମୂହର ଆଞ୍ଚଳିକ ନିର୍ଦ୍ଦେଶକ ଡ. କେଶବ ଚନ୍ଦ୍ର ଶତପଥୀ, ସହ ନିର୍ଦ୍ଦେଶିକା ଡ. ସୁଜାତା ସାହୁ, ବିଦ୍ୟାଳୟର ମ୍ୟାନେଜର ଡ. ଭାଗ୍ୟବତୀ ନାୟକ,

ୟୁନିଟ୍ – ୮ଡି.ଏ.ଭିର ଚେୟାରମ୍ୟାନ ଶ୍ରୀଯୁକ୍ତ ବିଜୟ କୁମାର ପଟ୍ଟନାୟକ, ଡି.ଏ.ଭି ଚନ୍ଦ୍ରଶେଖରପୁରର ଭାଇସ ଚେୟାରମ୍ୟାନ୍ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ମିଶ୍ର, ବିଦ୍ୟାଳୟ ପରିଚାଳନା ସମିତି ଓ ଶିକ୍ଷକ ଅଭିଭାବକ ସମନ୍ୱୟ ସମିତିର ସଦସ୍ୟ ବୃନ୍ଦ, ବିଭିନ୍ନ ବିଦ୍ୟାଳୟର ଅଧ୍ୟକ୍ଷଅଧ୍ୟକ୍ଷା, ଶିକ୍ଷକଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ଏହି ଅବସରରେ ବୈଦିକ ରୀତିରେ ଯଜ୍ଞ ଅନୁଷ୍ଠିତ ହୋଇଥିଲା ଏବଂ ସାମୂହିକ ସଂଗୀତ ପରିବେଷଣ କରାଯାଇଥିଲା । ବନ ମହୋତ୍ସବ ସପ୍ତାହ ପାଳନ ପରିପ୍ରେକ୍ଷୀରେ ବୃକ୍ଷରୋପଣ ଏବଂ କୁନି କୁନି ପିଲାଙ୍କ ପାଇଁ ଜୁବ୍‌ଲି ପାର୍କ ଉଦ୍‌ଘାଟନା କରାଯାଇଥିଲା । ରୌପ୍ୟଜୟନ୍ତୀ ପାଳନ ଉପଲକ୍ଷେ ଆନ୍ତ ବିଦ୍ୟାଳୟସ୍ତରୀୟ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ପୁରାତନ ଛାତ୍ରସଂସଦ ଦ୍ୱାରା କାର୍ଯ୍ୟକ୍ରମଟି ସଂପାଦିତ ହୋଇଥିଲା ।

Exit mobile version