ଅଭିମାନିନୀ ମହାଲକ୍ଷ୍ମୀଙ୍କ ନନ୍ଦିଘୋଷ ରଥ ଭଙ୍ଗା ନୀତି – ପୁରୀ

ଲକ୍ଷ୍ମୀଙ୍କ ବିମାନ ନନ୍ଦିଘୋଷ ରଥ ପାଖକୁ ନିଆଯାଇଥାଏ। ରଥ କାଠ ଖଣ୍ଡିଏ ଭାଙ୍ଗି ଦିଆଯିବା ପରେ ହେରାଗୌରୀ ସାହି ବାଟେ ମହାଲକ୍ଷ୍ମୀ ଙ୍କୁ ଶ୍ରୀମନ୍ଦିର ବାହୁଡା ବିଜେ ରେ ଅଣାଯାଏ ।

ହେରା ପଞ୍ଚମୀ ନୀତି  : ନନ୍ଦିଘୋଷ ସ୍ୱାମୀ କେମନ୍ତେ ଅଛନ୍ତି ବାହାରିଲେ ଦେଖି ମା ସାଆନ୍ତାଣୀ ” ତତୋ ଗୁଣ୍ଡିଚାନନ୍ତରଂ ପଞ୍ଚମ ଦିବସେ ହେରା ପଞ୍ଚମୀ ଭାବତି ।”

ଓଡ଼ିଶା ତାଜା ନ୍ୟୁଜ୍/୫ ଜୁଲାଇ ମଙ୍ଗଳବାର/ପୁରୀ :-  ରଥଯାତ୍ରା ର ପଞ୍ଚମ ଦିବସ ଅର୍ଥାତ ଆଷାଢ଼ ଶୁକ୍ଳ ଷଷ୍ଠୀ ଦିନ ହେରା ପଞ୍ଚମୀ ଉତ୍ସବ ପାଳନ କରାଯାଇଥାଏ । ବଡଓଡ଼ିଆ ମଠ ରେ ସଂରକ୍ଷିତ ‘ ରଥ ଚକଡ଼ା ” ପୋଥି ରୁ ଜଣା ଯାଏ କି ” ଏହିପରି ୭ ଜଣ ରାଜା ଭାନୁ ବାସୁଦେବ ନାମରେ ରାଜୁତି କରିବା ପରେ କପିଳେଶ୍ୱର ଦେବ ହେରା ଯାତ୍ରାରେ ବିଧାନକୁ ଅଟୋପରେ କରାଇଲେ। “

ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମହାଲକ୍ଷ୍ମୀ ଙ୍କର ହେରାପଞ୍ଚମୀ ଯାତ୍ରା।ହେରା ବୋଇଲେ ଚନ୍ଦନ। ଚନ୍ଦନ ର ଅନ୍ୟ ଅର୍ଥ ସ୍ନିଗ୍ଧତା ବା ପ୍ରେମ ।ଏହା ମା ଜଗତ ଜନନୀ ମହାରାଣୀ ଙ୍କର ପ୍ରେମ ଆମନ୍ତ୍ରଣ ଉସ୍ଛବ। ଆଜି ମା ଜନନୀ ମହାପ୍ରଭୁଙ୍କୁ ପୁନଃ ନିଳାଚଳ ଆମନ୍ତ୍ରଣ ପାଇଁ ସୁନ୍ଦରାଚଳ ଆଡ଼ପ ମଣ୍ଡପ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିବେ । ମା ଙ୍କର ଆମନ୍ତ୍ରଣ ପ୍ରେମାଷ୍ପଦ କଳା ସାମନ୍ତ ଗ୍ରହଣ କରି ଦଶମୀ ରେ ପ୍ରତ୍ୟାବର୍ତ୍ତନ କରି ନିଳାଦ୍ରୀ ମଣ୍ଡନ କରିବେ ବୋଲି ମା ଙ୍କୁ କଣ୍ଟ ଦେଇଛନ୍ତି ।

ଏହି ଦିନ ଶ୍ରୀମନ୍ଦିରରୁ ଶ୍ରୀଦେବୀ ଙ୍କୁ ପାଳିଆ ମହାଜନ ସେବକ ମାନେ ମାଜଣା କରିଥାନ୍ତି। ବନକ ଲାଗି କରି ପାଟ ଶାଢ଼ୀ , ଅଳଙ୍କାର ଆଦି ଲାଗି କରି ବେଶ ବଢିଥାଏ । ଏହାପରେ ପୂଜାପଣ୍ଡା ସେବକ ଙ୍କ ଦ୍ଵାରା ପନ୍ତି ଭୋଗ ହୋଇଥାଏ । ତତ୍ପରେ ବଟବୃକ୍ଷ ତଳେ ରହିଥିବା ବିମାନ କୁ ଲକ୍ଷ୍ମୀ ବିଜେ କରିଥାନ୍ତି। ବିମାନବଡୁ ସେବକମାନେ ଉକ୍ତ ବିମାନ କୁ କାନ୍ଧ ରେ ଧାରଣ କରି ଘଣ୍ଟ , କାହାଳୀ , ଛତା ସହ ସିଂହଦ୍ୱାର ଦେଇ ବଡ଼ ଦାଣ୍ଡରେ ନେଇ ଗୁଣ୍ଡିଚା ଘର ସମ୍ମୁଖସ୍ଥ ନନ୍ଦିଘୋଷ ରଥ ପାଖେ ରଖିଥାନ୍ତି ।

ଏଠାରେ ପତି ମହାପାତ୍ର ପ୍ରସାଦ ଲାଗି , ବନ୍ଦାପନା , ଚାମର ଆଲଟ , ଘସା ବିଡ଼ିଆ ଓ ଦହି ପଟି ମଣୋହି କରି ଥାନ୍ତି  । ଏହି ସମୟରେ ଗୁଣ୍ଡିଚା ଘରେ ଶ୍ରୀ ଜୀଉ ଙ୍କ ମଧ୍ୟାହ୍ନ ଧ୍ୱ ସରି ନୂଆ ଲୁଗା ଲାଗି ହୋଇ ଆଳତି ବଢିଥାଏ । ଆଳତି ପରେ ମହାପ୍ରଭୁ ଙ୍କ ବାଡ଼ରେ ପଞ୍ଚାମୃତ ମହାସ୍ନାନ ଓ ୩ ବାଡ଼ରେ ସର୍ବାଙ୍ଗ ହୋଇ ବେଶ ବଢିଥାଏ । ତତ୍ପରେ ସନ୍ଧ୍ୟା ଧୂପ ଉଠି ପୂଜା ବସିଥିବା ସମୟରେ ଶ୍ରୀଦେବୀ (ମହା ଲକ୍ଷ୍ମୀ) ରଥ ପାଖ ନୀତି ବଢ଼ାଇ ଜଗମୋହନ ର ଜୟ ବିଜୟ ଦ୍ଵାରକୁ ଆସିଥାନ୍ତି।

ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଆଜ୍ଞା ମାଳ ଆସି ଲକ୍ଷ୍ମୀଙ୍କୁ ଦିଆଯିବା ପରେ ପୂଜା ବଢିଥାଏ ଓ ଟେରା ପଡିଥାଏ। ଏହାପରେ ଲକ୍ଷ୍ମୀଙ୍କ ବିମାନ ଜଗମୋହନ ରୁ ନାକଚଣା ଦ୍ୱାର ପାଖରେ ରହିଥାଏ ସେଠାରେ ଭିତରଚ୍ଛ ମହାପାତ୍ର ଗରାବଡୁ ସେବକ ଙ୍କ ଠୁ ହାତୁଆଣି ନେଇ ବନ୍ଦାପନା ଓ ଦହି ପଟି ମଣୋହି ବଢାନ୍ତି। ନୀତି ଶେଷ ପରେ ଲକ୍ଷ୍ମୀଙ୍କ ବିମାନ ନନ୍ଦିଘୋଷ ରଥ ପାଖକୁ ନିଆଯାଇଥାଏ। ରଥ କାଠ ଖଣ୍ଡିଏ ଭାଙ୍ଗି ଦିଆଯିବା ପରେ ହେରାଗୌରୀ ସାହି ବାଟେ ମହାଲକ୍ଷ୍ମୀ ଙ୍କୁ ଶ୍ରୀମନ୍ଦିର ବାହୁଡା ବିଜେ ରେ ଅଣାଯାଏ ।

ଏହି ସମ୍ପର୍କ ରେ ଜନଶ୍ରୁତି ଅନୁଯାଇ ମହାପ୍ରଭୁ ନିଜ ଭ୍ରାତା ଓ ଭଗ୍ନୀଙ୍କ ସହ ରଥରେ ଗୁଣ୍ଡିଚା ଘରକୁ ବିଜେ କରିଥାନ୍ତି । ଏହି କାରଣରୁ ବିରହ ବିଧୁରା ଲକ୍ଷ୍ମୀ ଠାକୁରାଣୀ ବିମଳା ଦେବୀଙ୍କ ପାଖରେ ସବୁ ବର୍ଣ୍ଣନା କରି ପ୍ରତିକାର ପରାମର୍ଶ କରିଥାନ୍ତି । ବିମଳା ଦେବୀ ଲକ୍ଷ୍ମୀ ଙ୍କୁ ସାନ୍ତ୍ୱନା ଦେଇ ବୁଝାଇ କୁହନ୍ତି ଯେ , ସ୍ୱାମୀ ଯଦି କେବେ ବିବେକ ଶୂନ୍ୟ ହୋଇ ଅକାରଣୀୟ କୁ କରଣୀୟ ବୋଲି ମନେ କରନ୍ତି, ତେବେ ତାଙ୍କୁ ଉଚ୍ଚାଟିତ କରିବାକୁ ପଡିଥାଏ ।

ତେଣୁ ତୁମେ ମୋହଚୁର୍ଣ୍ଣ ନେଇ ସ୍ୱାମୀଙ୍କ ନିକଟକୁ ଯାତ୍ରା କରିବା ଉଚିତ।ଏହି ପରାମର୍ଶ ପାଇ ଶ୍ରୀଗୁଣ୍ଡିଚାର ପଞ୍ଚମ ଦିବସ ରେ ଶ୍ରୀଦେବୀ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିଥାନ୍ତି । ମହାପ୍ରଭୁଙ୍କ ଦର୍ଶନ ଗୁପ୍ତ ରେ କରିଥାନ୍ତି । ମହାପ୍ରଭୁ ତତ୍ପର ଦିନ ପ୍ରତ୍ୟାଗମନ ପାଇଁ ରଥ ଦକ୍ଷିଣା ମୋଡ଼ ପାଇଁ ଆଦେଶ ଦେଇଥାନ୍ତି ।

 

Exit mobile version