ସାମ୍ବାଦିକ ଅର୍ଧେନ୍ଦୁ ଦାଶ ବେ ଆଇନ ଗିରଫ ର ପ୍ରତିବାଦ

ଓଡ଼ିଶା ତାଜା ନ୍ୟୁଜ୍/୫ ଜୁଲାଇ ମଙ୍ଗଳବାର/ବରଗଡ଼ :- ରାଜ୍ୟ ର ବରିଷ୍ଠ ସାମ୍ବାଦିକ ଅର୍ଧେନ୍ଦୁ ଦାଶ ଙ୍କୁ ଇ ଓ ଡବ୍ଲୁର ବେ ଆଇନ ଗିରଫ ଦାରୀ ର ପ୍ରତିବାଦ ରେ ଆଜି ବରଗଡ଼ ଗାନ୍ଧୀ ଛକ ଠାରେ ବିଭିନ୍ନ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସହ ରାଜ୍ୟପାଳ ଙ୍କ ଉଦେଶ୍ୟ ରେ ଏକ ଦାବି ପତ୍ର ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ ଙ୍କୁ ପ୍ରଦାନ କରାଯାଇଥିଲା ।

ବିକ୍ଷୋଭ ପ୍ରଦର୍ଶନ ରେ ସାମ୍ବାଦିକ ଉମେଶ ବିଶ୍ବାଳ,ବ୍ୟମକେଶ ଦାଶ, ବିରେନ୍ଦ୍ର ପ୍ରଧାନ, ରବିନାରାୟଣ ପଣ୍ଡା, ସଚ୍ଚିଦାନନ୍ଦ ପାତ୍ର,ଜିଭି ରାଓ,ଧ୍ରୁବ କର୍ମୀ, ପ୍ରେମାନନ୍ଦ ଖମାରୀ,ଅନନ୍ତ ମଟାରୀ, ଲଲାଟେନ୍ଦୁ ଦାଶ, ଭାଜପା ନେତା କୁଶ କଲେତ, ଜିଲ୍ଲା ସଭାପତି ଅଶ୍ବିନୀ ଷଡ଼ଙ୍ଗୀ, ପରେଶ୍ ବିଶି, କଂଗ୍ରେସ ଜିଲ୍ଲା ସଭାପତି ନୀହାର ମହାନନ୍ଦ ପ୍ରମୁଖ ସାମିଲ ଥିଲେ।

Exit mobile version