ଓଡ଼ିଶା ତାଜା ନ୍ୟୁଜ୍/୫ ଜୁଲାଇ ମଙ୍ଗଳବାର/ବୈପାରିଗୁଡା :- କୋରାପୁଟ ଜିଲ୍ଲା ବୈପାରିଗୁଡା ଲ୍ୟାମ୍ପସ ସଭାପତି ଭାବେ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି କୁନ୍ତଳା ନାୟକ । ସଭାପତି ପଦ ପାଇଁ ନାମାଙ୍କନ ଦାଖଲ ଥିବା ବେଳେ କୁନ୍ତୁଳା ନାୟକ ନାମାଙ୍କନ ଦାଖଲ କରିଥିଲେ । ନିର୍ଦ୍ଧାରିତ ସମୟ ମଧ୍ୟରେ କେହିଁ ମଧ୍ୟ ନାମାଙ୍କନ ଦାଖଲ କରିନଥିବା ବେଳେ ଜଣେ ମାତ୍ର କୁନ୍ତଳା ନାୟକ ନାମ ଥିବାରୁ ନିର୍ବାଚନ ଅଧିକାରୀ କୁନ୍ୁଳାଙ୍କ ନାମ ବିଜେତା ବୋଲି ଘୋଷଣା କରିଥିଲେ ।

ସୂଚନା ଅନୁଯାୟୀ ବୈପାରିଗୁଡା ଲ୍ୟାମ୍ପସରେ ମୋଟ ୧୫ ଜଣ ନିର୍ଦେଶକ ରହିଥିବା ବେଳେ ଏଥିମଧ୍ୟରୁ ୧୪ ଜଣ ନିର୍ଦେଶକ କୁନ୍ତଳାକୁ ସମର୍ଥନ ଦେବା ପରେ କୁନ୍ତଳା ଲ୍ୟାମ୍ପ ସଭାପତି ଭାବେ ବାଜି ମାରିଥିଲେ । ବ୍ଳକ ଅଧ୍ୟକ୍ଷ , ବୈପାରିଗୁଡା ସରପଂଚ ପଦ ଓ ଲ୍ୟାମ୍ପସ ନିର୍ବାଚନରେ ଲ୍ୟାମ୍ପ ସଭାପତି ପଦ ମଧ୍ୟ ବିଜେଡି ଦଳ ହାତେଇଥିବା ବେଳେ ବିଜେଡି ଦଳ ଏବେ ବୈପାରିଗୁଡା ବ୍ଲକର ଶାସନ ଭାର ନେଇ ଥିବାର ଜଣାପଡିଛି ।
