ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ଜିଲ୍ଲା ଅଡିଟୋରିୟମ ପାଇଁ ଅନୁଦାନ ମଞ୍ଜୁର

ଓଡ଼ିଶା ତାଜା ନ୍ୟୁଜ୍/୫ ଜୁଲାଇ ମଙ୍ଗଳବାର/ବରଗଡ଼ :- କ୍ରମଶଃ ଜିଲ୍ଲା ସଦର ମହକୁମା ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଏକ ୫ଶହ ସିଟ୍ ବିଶିଷ୍ଟ ଅଡିଟୋରିୟମର ଆବଶ୍ୟକତା ରହିଛି । ଏହି ପରିପ୍ରେକ୍ଷୀରେ ବରଗଡ଼ ସଚେତନ ନାଗରିକ ଓ ବୁଦ୍ଧିଜୀବିମାନେ ଅନେକ ଥର ଜିଲ୍ଲା ପ୍ରଶାସନ ଓ ନେତୃବୃନ୍ଦ ଙ୍କ ଠାରେ ଦାବି କରିଥିଲେ ।

ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ର ନେତୃବୃନ୍ଦ ଏହାକୁ ହୃଦବୋଧ କରି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ର ଅଧ୍ୟକ୍ଷ ଅସିତ୍ କୁମାର ତ୍ରିପାଠୀ ବରଗଡ଼ ଗସ୍ତ ସମୟରେ ଏକ ପ୍ରସ୍ତାବ ସହ ଡିପିଆର ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଇଥିଲା ।

ଏହାର ଅନୁମୋଦନ କରି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ଅଡିଟୋରିୟମ ବାବଦରେ ୯ କୋଟି ୭ଲକ୍ଷ ୧୦ ହଜାର ଟଙ୍କା ଅନୁଦାନ ମଞ୍ଜୁର କରିଛନ୍ତି । ସେହିପରି ବରଗଡ଼ ସହର ର ଉନ୍ନତି ଓ ତୁରନ୍ତ ବର୍ଷା ଜଳ ନିଷ୍କାସନ ପାଇଁ ହଲଦୀପାଲି ଛକରୁ ବିକାଶ ସ୍କୁଲ ଛକ ରାସ୍ତା କଡ଼ରେ ଡ୍ରେନେଜ ବ୍ୟବସ୍ଥା କରିବାକୁ ୧ କୋଟି ୨୩ ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର କରିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Exit mobile version