ଓଡ଼ିଶା ଉପକୂଳରେ ଲ୍ୟାଣ୍ଡଫଲ କରିବ ନାହିଁ ଅମ୍ଫାନ ।- ଓଡ଼ିଶା ଉପରୁ ଟଳିଲା ଅମ୍ଫାନର ଭୟ

odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

ଭୁବନେଶ୍ୱର,ରିପୋର୍ଟ (ଓଡିଶା ତାଜା ନ୍ୟୁଜ୍‌ ) ୨୦ ମଇ ବୁଧବାର :- ଭୁବନେଶ୍ୱର, ଓଡ଼ିଶା ଉପରୁ ଟଳିଲା ଅମ୍ଫାନର ଭୟ । ଓଡ଼ିଶା ଉପକୂଳରେ ଲ୍ୟାଣ୍ଡଫଲ କରିବ ନାହିଁ ଅମ୍ଫାନ । ଆଇଏମଡିର ପୂର୍ବ ସୂଚନା ମୁତାବକ ପଶ୍ଚିମବଙ୍ଗରେ କରିବ ଲ୍ୟାଣ୍ଡଫଲ । ତେବେ ବର୍ତ୍ତମାନ ଗଞ୍ଜାମ, ଗଜପତି, ନୟାଗଡ଼, ଖୋର୍ଦ୍ଧା ଜିଲ୍ଲା ବାତ୍ୟା ଅମ୍ଫାନ କବଳରୁ ମୁକ୍ତ ହୋଇଥିବା ଏସଆରସି କହିଛନ୍ତି । ସେ କହିଛନ୍ତି, ଗଞ୍ଜାମ ଜିଲ୍ଲାର ଗୋପାଳପୁର ଠାରେ ଏବେ ମାତ୍ର ଘଣ୍ଟାକୁ ୪କିମି ବେଗରେ ପବନ ବହୁଛି । ଗତ ୨୪ଘଣ୍ଟା ମଧ୍ୟରେ ଗୋପାଳପୁରରେ ମାତ୍ର ୮.୬ ମିମି ବର୍ଷା ରେକର୍ଡ କରାଯାଇଛି ।

ସେହିପରି ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ବାତ୍ୟାର ବିଶେଷ ପ୍ରଭାବ ନାହିଁ । ଯଦିଓ ଆଜି ସକାଳେ ରାଜଧାନୀ ଭୁବନେଶ୍ବରରେ ଗୋଟିଏ ସମୟରେ ପବନର ବେଗ ଘଣ୍ଟାକୁ ୫୬ କିମି ରହିଥିଲା । ତେବେ ପରବର୍ତ୍ତନ ସମୟରେ ତାହା ଘଣ୍ଟାପ୍ରତି ୪୦ କିମିକୁ ଖସିଆସିଥିଲା । ଭୁବନେଶ୍ବରରେ ପବନର ବେଗ ଆହୁରି କମିବ ବୋଲି ଏସଆରସି କହିଛନ୍ତି । ପୁରୀରେ ମଧ୍ୟ ଅମ୍ଫାନର ପ୍ରଭାବ ବିଶେଷ ପଡିବନି। ଜିଲ୍ଲାରେ ୮୭ ମିମି ବର୍ଷା ହୋଇଛି । ପବନର ବେଗ ଘଣ୍ଟାକୁ ୪୦କିମିରୁ କମ୍‌ ରହିଛି । ବିଶେଷ ଭାବେ ଏବେ ପ୍ରଭାବିତ ହେଉଛି ଜଗତସିଂହପୁର, କେନ୍ଦ୍ରାପଡା ଓ ଭଦ୍ରକ।

ପାରାଦୀପଠାରୁ ବାତ୍ୟା ଏବେ ୧୧୫ କିମି ଦୂରରେ ଗତି କରୁଛି । ପାରାଦୀପରେ ସର୍ବାଧିକ ୧୦୨ କିମି ବେଗରେ ପବନ ବହିଥିବା ବେଳେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ଆଗରୁ ଅନୁମାନ କରାଯାଉଥିଲା ଯେ, ଅମ୍ଫାନ ବାଲେଶ୍ୱରରେ ଲାଣ୍ଡଫାଲ କରିବ । କିନ୍ତୁ ଅମ୍ଫାନ ଏବେ ତା’ର ପୂର୍ବନିର୍ଧାରିତ ଗତିପଥରେ ଯିବ ବୋଲି ଆଇଏମଡି କହିଛି । ଯାହାର ଅର୍ଥ ହେଉଛି ଓଡ଼ିଶା ପ୍ରତି ଆପାତତଃ ବିପଦ ଟଳିଛି ।

Exit mobile version