ପ୍ରଦେଶ କଂଗ୍ରେସର ସଂଖ୍ୟାଲଘୁ ସମ୍ମିଳନୀ ଆପଣ ଏକା ନୁହଁନ୍ତି : କଂଗ୍ରେସ ଆପଣଙ୍କ ସାଥିରେ – ଶରତ ପଟ୍ଟନାୟକ

ଓଡ଼ିଶା ତାଜା ନ୍ୟୁଜ୍/୪ ଜୁଲାଇ ସୋମବାର/ଭୁବନେଶ୍ୱର :- ପ୍ରଦେଶ ସଂଖ୍ୟାଲଘୁ ବିଭାଗ ସଭାପତି ଜିଆଉଲ୍ ହକ୍‌ଙ୍କ ଅଧ୍ୟକ୍ଷତାରେ ଆଜି କଂଗ୍ରେସ ଭବନରେ ରାଜ୍ୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ମୁଖ୍ୟ ଅତିଥିରୁପେ ଯୋଗଦେଇ ସଂଖ୍ୟାଲଘୁ ଭାଇଭଉଣୀଙ୍କ ବହୁବିଧ ସମସ୍ୟା ପ୍ରତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଚରମ ଅବହେଳା କରୁଛନ୍ତି ବୋଲି ଦୃଢ଼ ସମାଲୋଚନା କରିଛନ୍ତି । ଉଭୟ ବିଜେଡ଼ି ଓ ବିଜେପି ସରକାର ପ୍ରତ୍ୟେକ ସଂଖ୍ୟାଲଘୁଙ୍କ ସମସ୍ୟାକୁ ଶୁଣିବା ସହ ସମସ୍ୟାର ସମାଧାନ ପ୍ରତି ଯତ୍ନଶୀଳ ନହେଲେ କଂଗ୍ରେସ ରାଜରାସ୍ତାରେ ଆନ୍ଦୋଳନ ଜାରି ରଖିବ ଓ ୨୦୨୪ ରେ ମିଶନ ୯୦ ଆସନ ଦଖଲ କରି ଆପଣମାନଙ୍କର ସମସ୍ୟାକୁ ପ୍ରାଧାନ୍ୟ ଦେବବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ ।

ବିଜେପି କୁ ତାତ୍ସଲ୍ୟ କରି “ବଡ଼ା ଝୁଟ ପାର୍ଟି”ର ଆଖ୍ୟା ଶ୍ରୀଯୁକ୍ତ ପଟ୍ଟନାୟକ ଦେଇଥିଲେ । କେନ୍ଦ୍ରର ମୋଦି ସରକାରଙ୍କ ପ୍ରତ୍ୟେକଟି ଘୋଷଣା ଆଜି ମିଥ୍ୟା ବୋଲି ସବୁ କ୍ଷେତ୍ରରେ ପ୍ରମାଣିତ ହୋଇଛି । ୯୦ ଦଶକରେ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ନେତୃତ୍ୱରେ ୧୦ ଟି ବିଧାୟକରୁ ଆମେ ସରକାର ଗଢ଼ିଥିଲୁ । ଆଗାମୀ ୨୦୨୪ ରେ କଂଗ୍ରେସ ରାଜ୍ୟରେ ଓ ଦେଶରେ ସରକାର ଗଢ଼ିବ ଓ ଆପଣମାନଙ୍କର ନିରବଚ୍ଛିନ କଠିନ ପରିଶ୍ରମ ଦ୍ୱାରାହିଁ ଏହା ସମ୍ଭବପର ବୋଲି ପିସିସି ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ଅଭିଭାଷଣରେ କହିଥିଲେ । ଖୁବଶୀଘ୍ର ରାଜ୍ୟର ସମସ୍ତ ଜିଲ୍ଲା ଗସ୍ତକରି ଜିଲ୍ଲା କମିଟି ଓ ରାଜ୍ୟ କମିଟି ଗଠନ କରିବା ସହ କଂଗ୍ରେସ ସଂଖ୍ୟାଲଘୁ ଭାଇଭଉଣୀ ମାନଙ୍କ ନିକଟରେ ପଂହଚିବି ।

ନରେନ୍ଦ୍ର ମୋଦି ଓ ନବୀନ ବାବୁଙ୍କ ସରକାର ଯେତେ ଷଡ଼ଯନ୍ତ୍ର ଓ ନିର୍ଯ୍ୟାତନା ଦେଲେ ମଧ୍ୟ ଡରିଯିବି ନାହିଁ କି ଓହରି ଯିବି ନାହିଁ ବୋଲି ପ୍ରଦେଶ ସଂଘ୍ୟାଲଘୁ କଂଗ୍ରେସ କମିଟି ଅଧ୍ୟକ୍ଷ ଜିଆ ଉଲ୍ ହକ୍ ନିଜର ଅଭିମତ ପ୍ରକାଶ କରିଥିଲେ । ଆମେ କାମରେ ବିଶ୍ୱାସକରୁ । କର୍ମଠ ଲୋକଙ୍କୁ ସଂଗଠନ ଠାରୁ ଆରମ୍ଭ କରି ସବୁ କ୍ଷେତ୍ରରେ ପଦୋନ୍ୱତି ଦିଆଯିବ ଓ ଅଳସୁଆଙ୍କୁ ପ୍ରଶୟ ଦିଆଯିବ ନାହିଁ ବୋଲି ନିଖିଳ ଭାରତ ସଂଖ୍ୟାଲଘୁ କଂଗ୍ରେସ କମିଟି ସଂପାଦକ ତଥା ଓଡ଼ିଶା ପ୍ରଭାରୀ ଅବଦୁଲ କାଲାମ ଅଭିଭାଷଣରେ ନିଜର ଅଭିମତ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ତଥା ପ୍ରାକ୍ତନ ମନ୍ତ୍ରୀ ପଂଚାନନ କାନୁନଗୋ, ଗଣେଶ୍ୱର ବେହେରା, ରବିନ୍ଦ୍ର କୁମାର ସେଠୀ, ବିଧାୟକ ସୁରେଶ କୁମାର ରାଉତରାୟ, ପ୍ରାକ୍ତନ ବିଧାୟକ ଯଜେ୍ଞଶ୍ୱର ବାବୁ,

ଅନନ୍ତ ପ୍ରସାଦ ସେଠୀ, କଂଗ୍ରେସ ନେତା ବଟକୃଷ୍ଣ ତ୍ରିପାଠୀ, ଶୁଭେନ୍ଦୁ ମହାନ୍ତି, ଆକବର ଅଲ୍ଲୀ, ପଦ୍ମାକର ଗୁରୁ, ଲୋକନାଥ ମହାରଥି, ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ, ସବିର ହୋସେନ, ନିଶିକାନ୍ତ ମିଶ୍ର ପ୍ରମୁଖ ନେତୃମଣ୍ଡଳୀ ସଂଖ୍ୟାଲଘୁ ମାନଙ୍କର ସଂଗଠନକୁ ମଜବୁତ କରିବାପାଇଁ ଠୋସ ରଣନୀତି ମାଧ୍ୟମମରେ ବହୁବିଧ ସମସ୍ୟା ଓ ଏହାର ନିରାକରଣ ସମ୍ଭବ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଡଭୋକେଟ ସାଜିଦ, ଇଜାଜ ହୁସେନ, ସାନ୍ତନୁ ବାବୁ, ଇକବଲ ଅହମ୍ମଦ, ଅର୍ମାନ ଖାନ, ରିଆଜ ଅହମ୍ମଦ, ଅସରଫ ଅଲ୍ଲି, ମହମ୍ମଦ ଇଲିଆସ, ସଲମା ଖାତୁନ, ଆଡଭୋକେଟ ଅଫତାବ,

ମେହେବୁବ ଅଲ୍ଲି, ଆଡଭୋକେଟ ଆଦମ, ରାଖିମ ଅଲ୍ଲି, ଜାକେଶ ପ୍ରଧାନ, ଅତାରୁଲ ଇସଲାମ ଅଲ୍ଲି ପ୍ରମୁଖ ଶ୍ରୀମତୀ ସୋନିଆ ଗାନ୍ଧୀ ଜୀ ଓ ରାହୁଲ ଗାନ୍ଧୀ ଜୀ ସଠିକ ସମୟରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଓ ସଂଖ୍ୟାଲଘୁର ରାଷ୍ଟ୍ରୀୟ ସଭାପତି ସାଂସଦ ଇମ୍ରାନ ପ୍ରତାପ ଗଡି ରାଜ୍ୟ ସଂଖ୍ୟାଲଘୁ ଅଧ୍ୟକ୍ଷ ଆଡଭୋକେଟ ଜିଆଉଲ ହକଙ୍କୁ ଦାୟୀତ୍ୱ ଅର୍ପଣ କରିଥିବାରୁ ଏଆଇସିସି ନେତୃମଣ୍ଡଳୀଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଅର୍ପଣ ସହ ସଂଗଠନ ଉପରେ ଆଲୋକପାତ କରିଥିଲେ । ମହମ୍ମଦ ଅଲ୍ଳୀ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ମୌଲାନା ଅସଦ୍ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version