ଭୁବନେଶ୍ୱର ସାମ୍ବାଦିକ ମିଳିତ ମଂଚ (କାର୍ଯ୍ୟରତ ସାମ୍ବାଦିକଙ୍କ ମିଳିତ ପ୍ରୟାସ)
ଓଡ଼ିଶା ତାଜା ନ୍ୟୁଜ୍/୪ ଜୁଲାଇ ସୋମବାର/ଭୁବନେଶ୍ୱର :- ସାମ୍ବାଦିକ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ୍ ପ୍ରଣୟନ କରିବା, ବୀମା ରାଶି ୨ଲକ୍ଷରୁ ୫ଲକ୍ଷକୁ ବୃଦ୍ଧି କରିବା, ସ୍ୱାସ୍ଥ୍ୟ ବୀମାରେ ସାମ୍ବାଦିକଙ୍କ ବାପା ଓ ମା’ଙ୍କୁ ଅନ୍ତର୍ଭୁକ୍ତ କରିବା କିମ୍ବା ସାମ୍ବାଦିକଙ୍କ ବାପା’ଓ ମା’ଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରିବା ଓ ଦୁର୍ଘଟଣାରେ ମୃତ ସାମ୍ବାଦିକ ଅଶୋକ ପଣ୍ଡା ପରିବାରଙ୍କୁ ଯଥା ଶିଘ୍ର ସହାୟତା ପ୍ରଦାନ କରିବାକୁ ଦାବି କରିଛି ସାମ୍ବାଦିକ ମିଳିତ ମଂଚ । ମଂଚ ପକ୍ଷରୁ ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତଙ୍କୁ ଭେଟି ଆଲୋଚନା କରାଯିବା ସହ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ମନ୍ତ୍ରୀ ଆଲୋଚନା ବେଳେ ଏନେଇ ପଦକ୍ଷେପ ନେବେ ଓ ସ୍ୱର୍ଗତ ପଣ୍ଡାଙ୍କ ପରିବାରଙ୍କୁ ସରକାରୀ ସହାୟତା ଯେପରି ଶିଘ୍ର ମିଳିବ ଏନେଇ ପ୍ରତିଶୃତି ଦେଇଥିଲେ । ପ୍ରକାଶ ଥାଉକି, ଦେଶରେ ବିଭିନ୍ନ ସ୍ଥାନରେ ସତ୍ୟ ପଦାକୁ ଆଣିବା ବେଳେ ଆକ୍ରୋଶର ସମ୍ମୁଖିନ ହେଉଛନ୍ତି । କାର୍ଯ୍ୟରତ ସାମ୍ବାଦିକ ମାନେ କର୍ତବ୍ୟ କରୁଥିବା ବେଳେ ବହୁବାର ଆକ୍ରମଣର ଶିକାର ହେଉଛନ୍ତି । ଏଥି ପାଇଁ ଓଡ଼ିଶା ବିଧାନ ସଭାରେ ସ୍ୱତନ୍ତ୍ର ଆଇନ୍ ପ୍ରଣୟନ ପାଇଁ ମଂଚ ପକ୍ଷରୁ ରାଜ୍ୟର ୫ଜଣ ମନ୍ତ୍ରୀ ଓ ୫୦ଜଣ ବିଧାୟକ ଓ ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ଭେଟି ନିବେଦିନ କରାଯାଇଛି ।
