ବନ ମହୋତ୍ସବ ରେ ବୃକ୍ଷ ରୋପଣ

ଓଡ଼ିଶା ତାଜା ନ୍ୟୁଜ୍/ ୩ ଜୁଲାଇ ରବିବାର/ବରଗଡ଼ :-  ଗାଇସିଲେଟ ବ୍ଲକ ଅନ୍ତର୍ଗତ କମଲପଦର ଗ୍ରାମ୍ୟ ଜଙ୍ଗଲ ରେ ଆଜି ବୃକ୍ଷ ରୋପଣ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ଜୁଲାଇ ପ୍ରଥମ ସପ୍ତାହରେ ରାଜ୍ୟ ସରକାର ଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ରାଜ୍ୟ ସାରା ବନ ମହୋତ୍ସବ ପାଳନ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟ ହାତକୁ ନିଆଯାଇଥାଏ । ଏହି ପରିପ୍ରେକ୍ଷୀରେ ବରଗଡ଼ ଜିଲ୍ଲାର ଗିଇସିଲେଟ ବ୍ଲକ ଚିଖିଲି ଗ୍ରାମ ପଞ୍ଚାୟତ ର କମଲପଦର ଗ୍ରାମରେ ବୃକ୍ଷ ରୋପଣ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ।

ମେଲଛାମୁଣ୍ଡା ବନାଞ୍ଚଳର ଫରେଷ୍ଟର ରମେଶଚନ୍ଦ୍ର ପ୍ରଧାନ ଓ କର୍ମଚାରୀଙ୍କ ଉପସ୍ଥିତ ରେ ଗ୍ରାମ ବାସୀ ମାନେ ପରିବେଶ କୁ ସବୁଜ ସୁନ୍ଦର କରିବା ପାଇଁ ବିଭିନ୍ନ କିସମର ଗଛ ରୋପଣ କରି ତା’ର ଯତ୍ନ ନେବା କୁ ଶପଥ କରିଥିଲେ। ଏଥିରେ ସରପଞ୍ଚ ରାମଚନ୍ଦ୍ର ପଣ୍ଡା, କିଶୋର ଚନ୍ଦ୍ର ଦେବତା ପ୍ରମୁଖ ଉପସ୍ଥିତ ଥିଲେ।

Exit mobile version