
ଓଡ଼ିଶା ତାଜା ନ୍ୟୁଜ୍/ ୩ ଜୁଲାଇ ରବିବାର/ବାଲିଗୁଡା :- ଗଞ୍ଜାମ ଜ଼ିଲ୍ଲା ବରିଷ୍ଠ କଳାକାର ସଂଘ ର ତୃତୀୟ ବାର୍ଷିକ ଉତ୍ସଵ ରେ ଆୟୋଜିତ ରାଜ୍ୟ ସ୍ତରୀୟ ଦଣ୍ଡନାଟ ସମ୍ମିଳନୀ ରେ କନ୍ଧମାଳ ଦଣ୍ଡନାଟ କୃତିତ୍ୱ ହାସଲ କରିପାରିଛି l ବାଲିଗୁଡା ବ୍ଲକ ବାରଖମା ର ଯୁବ କଳାକାର ସଚିଦାନନ୍ଦ ପାତ୍ର ଙ୍କ ନେତୃତ୍ୱ ରେ ମା’ ସୂର୍ଯ୍ୟକାଳୀ ଦଣ୍ଡନୃତ୍ୟ ସଂଘ ର କଳାକାର ମାନେ ଯୋଗଦେଇଥିଲେ l ଏଥିରେ ଅଂଚଳ ର ଜଣାଶୁଣା ଦଣ୍ଡନୃତ୍ୟ ଗୁରୁ ପ୍ରକାଶ କୁମାର ସାହୁ ବୀଣାକାର ଭୂମିକା ରେ ସଫଳ ଅଭିନୟ କରି ଦଳ ପାଇଁ କୃତିତ୍ୱ ଅର୍ଜନ କରି ମୁଖ୍ୟ ଅତିଥି ପୂର୍ବତନ ବ୍ରହ୍ମପୁର ବିଡିଏ ଅଧକ୍ଷ ସୁବାସ ଚନ୍ଦ୍ର ମହାରଣା ଙ୍କ ଠାରୁ ଉପଢୌକନ,

