
ଓଡ଼ିଶା ତାଜା ନ୍ୟୁଜ୍/ ୩ ଜୁଲାଇ ରବିବାର/ରଣପୁର :- ପୂର୍ଣ୍ଣ ଚନ୍ଦ୍ର ସାମନ୍ତରାୟ ସ୍ମୃତି କମିଟି ତରଫରୁ ଆଜି ରଣପୁର ମାଟିର ଯୋଗ୍ୟ ସନ୍ତାନ,ମହାନ ବିପ୍ଲବୀ ,ଜନମାନସର ଦରଦୀ ବନ୍ଧୁ ,ବିପ୍ଲବୀ କବି ତଥା ରଣପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ସାଥୀ ପୂର୍ଣ୍ଣ ଚନ୍ଦ୍ର ସାମନ୍ତରାୟଙ୍କ ୭୮ ତମ ଜନ୍ମ ଜୟନ୍ତୀ ଦିବସରେ ରଣପୁର କଲ୍ୟାଣି ମଣ୍ଡପ ଠାରେ ସାଥୀ ହରିଶ୍ଚନ୍ଦ୍ର ମିଶ୍ର ଙ୍କ ସଭାପତିତ୍ୱରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେବା ସହ ଏକ କବିତା ଆସର ପ୍ରଫେସର ବିଜୟ କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି ।

