ଲୁହା ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ : ଜଣେ ଆହତ

ଓଡ଼ିଶା ତାଜା ନ୍ୟୁଜ୍/ ୩ ଜୁଲାଇ ରବିବାର/ବୈପାରିଗୁଡା :- ରାଂଚି-ବିଜୟଓ୍ବାର୍ଡା ଜାତୀୟ ରାଜପଥର ବୈପାରିଗୁଡା ଥାନା ଅନ୍ତର୍ଗତ ବୈପାରିଗୁଡା ମାଲକାନଗିରି ରାସ୍ତାର ମନ୍ତ୍ରୀଆମ୍ବ ଓ ଏହାର ଆଖପାଖ ଅଂଚଳରେ ପ୍ରତିଦିନ କୌଣସି ନା କୌଣସି ସ୍ଥା. ରେ ଦୁର୍ଘଟଣା ଘଟୁଥିବା ବେଳେ ଏହାର ପ୍ରତିକାର ବ୍ଯବସ୍ଥା ପ୍ରତି ରାଜ୍ଯ ସରକାର କିମ୍ବା ପରିବହନ ବିଭାଗ ଦୁଷ୍ଟି ଦେଉନଥିବାରୁ ସାଧାରଣରେ ଘୋର ଅସନ୍ତୋଷ ଦେଖାଯାଉଛି ! କାଲି ଯେଉଁ ସ୍ଥାନରେ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ଆଜି ପୁଣି ସେହି ସ୍ଥାନରେ ହିଁ ଏକ ଲୁହା ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇ ଥିବା ବେଳେ ଚାଳକ ଗୁରୁତର ଆହାତ ହୋଇଥିବାର ଶୁଣିବାକୁ ମିଳୁଛି !

କହିବାକୁ ଗଲେ ଅନ୍ଯ ରାଜ୍ଯର ଗାଡି ଗୁଡିକ ହିଁ ଏହି ସ୍ଥାନ ରେ ଦୁର୍ଘଟଣା ଗ୍ରସ୍ତ ହେଉଥିବାର ନଜର ରହିଛି ! ଅନ୍ଯ ରାଜ୍ଯର ଗାଡି ଚାଳକ ମାନେ ଏହି ପାହାଡ,ଜଙ୍ଗଲ କୁ କାଟି ରାସ୍ତା ନିର୍ମାଣ କରାଯାଇ ଥିବା ବିଷୟରେ କିଛି ଜ୍ଞାନ ନ ଥିବାରୁ ସେମାନେ କିଛି ଜାଣିନଥିବା ବେଳେ ଗାଡିରେ ଅଧିକ ଓଜନର ସାମଗ୍ରୀ ନେଇ ଯାଉଥିବା ବେଳେ ବୁଲାଣି ରାସ୍ତାରେ ଗାଡି ଦୁର୍ଘଟଣା ହେଉଥିବାର ଅନୁମାନ କରାଯାଏ ! ସୂଚନା ମୁତାବକ ଜାତୀୟ ରାଜପଥ ହୋଇଥିବାରୁ ଗାଡି ଗୁଡିକ ଦ୍ରୁତଗତ. ରେ ଆସି ଭାରସାମ୍ୟ ହରାଇ ରାସ୍ତା କୋଡ଼ରେ ଓଲଟି ପଡିଯାଉଥିବାର କୁହାଯାଉଛି !

ଲୁହାରୋଡ ବୋଝେଇ ଟ୍ରକ ମାଲକାନଗିରି ପଟେ ଯାଉଥିବା ସମୟରେ ଲଙ୍ଗଲପାକନା ନିକଟରେ ଦୁର୍ଘଟଣା ଘଟିବା ଫଳରେ ରାସ୍ତା ଉପରେ ଲୁହା ଗୁଡିକ ପଡିଯିବା ଫଳରେ ଲୋକେ ଯାତାୟତ କରିବାରେ ଅସୁବିଧାର ସମ୍ମୁଖ୍ଯନ ହୋଇଥିବାର ଦେଖାଯାଇଛି ! ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ସାହାଯ୍ଯରେ ଆହତ ଚାଳକଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ବୈପାରିଗୁଡା ଥାନା ଅଧିକାରୀ ତଥା ଡିଏସପି ବିଂରଚି ନାରାୟଣ ଜଗତ ଘଟଣାସ୍ଥଳରେ ପହଂଚି ତଦନ୍ତ କରିଥିବା ବେଳେ କେଉଁ କାରଣ ପାଇଁ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇଛି ତାହାର ତଦନ୍ତ କରୁଥିବାର ଜଣାପଡିଛି !

Exit mobile version