
ଓଡ଼ିଶା ତାଜା ନ୍ୟୁଜ୍/୨ ଜୁଲାଇ ଶନିବାର/କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା ନର୍ଲା, ରୁପ୍ରାରୋଡ ସମେତ ବ୍ଳକର ବିଭିନ୍ନ ଗ୍ରାମରେ ପବିତ୍ର ରଥଯାତ୍ରା ଶାନ୍ତି ଶୃଙ୍ଖଳାର ସହିତ ଅନୁଷ୍ଠିତ ହୋଇଯାଇଛି । ପାଗ ଅନୁକୂଳ ହେତୁ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା । ରୁପ୍ରାରୋଡ ଠାରେ ପୂଜକ ନିଗମାନନ୍ଦ ସମସ୍ତ ପୂଜା କରିବା ପରେ ପହଣ୍ଡି ବିଜେ ହୋଇଥିଲା । ସ୍ୱର୍ଗତ ସାଧୁରାମ ଅଗ୍ରୱାଲଙ୍କ ବଡ ପୁଅ ସୁନିଲ ଅଗ୍ରୱାଲ ଛେରାପହଁରା କରିବା ପରେ ରଥ ଟଣା ଆରମ୍ଭ ହୋଇଥିଲା । ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅନେକ ଶ୍ରଦ୍ଧାଳୁ ଭକ୍ତ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର,ମା ସୁଭଦ୍ରାଙ୍କ ଦର୍ଶନ ସହିତ ରଥଟଣାରେ ସହଯୋଗ କରିଥିଲେ ।

