
ଓଡ଼ିଶା ତାଜା ନ୍ୟୁଜ୍/୧ ଜୁଲାଇ ଶୁକ୍ରବାର/ନୂଆଦିଲ୍ଲୀ :- ନୂଆଦିଲ୍ଲୀର ହାଉଜଖାସ ଭିଲେଜ୍ ସ୍ଥିତ ଜାତୀୟ ରାଜଧାନୀ କ୍ଷେତ୍ରର ପ୍ରମୁଖ ଜଗନ୍ନାଥ ମନ୍ଦିରଠାରେ ୪୪ତମ ପବିତ୍ର ରଥଯାତ୍ରା ପର୍ବ ମହାସମାରୋହରେ ପାଳନ କରାଯାଇଛି। କୋଭିଡ୍ ବାଧକତା ଯୋଗୁଁ ଗତ ଦୁଇବର୍ଷ ହେଲା ରଥଯାତ୍ରା ଉତ୍ସବ କେବଳ ସାଙ୍କେତିକ ଢଙ୍ଗରେ ପାଳନ କରାଯାଉଥିଲା। ଚଳିତ ବର୍ଷ କଟକଣା ଲାଘବ କରାଯାଇଥିବାରୁ ଭକ୍ତଙ୍କ ମଧ୍ୟରେ ରଥଯାତ୍ରାକୁ କେନ୍ଦ୍ର କରି ପ୍ରବଳ ଆନନ୍ଦ, ଉଲ୍ଲାସ, ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳିଥିଲା। ଦିଲ୍ଲୀରେ ଦୁଇ ପ୍ରହରରେ ପାଗ କୋହଲା ଥିବାରୁ ପ୍ରାୟ ୫୦,୦୦୦ରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ମାନଙ୍କର ଅସମ୍ଭବ ସମାଗମ ନଜରକୁ ଆସିଥିଲା।

