ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଲା ତାଳଧ୍ଵଜ ଓ ଦର୍ପଦଳନ ରଥ – ପଛରେ ଗହଳି ଲଗାଇ ଆସୁଛି କାଳିଆ

ଓଡ଼ିଶା ତାଜା ନ୍ୟୁଜ୍/୧ ଜୁଲାଇ ଶୁକ୍ରବାର/ପୁରୀ :- ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଲା ତାଳଧ୍ଵଜ ଓ ଦର୍ପଦଳନ ରଥ – ପଛରେ ଗହଳି ଲଗାଇ ଆସୁଛି କାଳିଆ , ଘଣ୍ଟ, ଘଣ୍ଟା, କାହାଳୀ, ଶଙ୍ଖ ନାଦର ତାଳେ ତାଳେ ଗୁଣ୍ଡିଚା ମନ୍ଦିର ପାଖରେ ପହଞ୍ଚିଛି ବଡ଼ ଠାକୁର ବଳଭଦ୍ରଙ୍କ ତାଳଧ୍ଵଜ ରଥ । ବଡ଼ ଭାଇଙ୍କ ପଛେ ପଛେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ବି ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଛି ।

 

ପଛରେ ଗହଳି ଲଗାଇ ଆସୁଛି କାଳିଆ ଠାକୁରଙ୍କ ନନ୍ଦିଘୋଷ ରଥ । ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ଜନସମୁଦ୍ର ପାଲଟିଛି ଶ୍ରୀକ୍ଷେତ୍ର । ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ବଡ଼ଦାଣ୍ଡରେ ଜନସମୁଦ୍ରର ଭ୍ରମ ସୃଷ୍ଟି କରିଛି । ବଡ଼ ଭାଇ ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ରଥ ଶରଧା ବାଲିରେ ପହଞ୍ଚିବା ପରେ ଏବେ

ଅପେକ୍ଷା ମନୁଆ ଠାକୁର କାଳିଆଙ୍କୁ । ଶ୍ରଦ୍ଧାର ଦଉଡ଼ିରେ ମହାପ୍ରଭୁଙ୍କ ନନ୍ଦିଘୋଷକୁ ଟାଣି ଟାଣି ଆଣୁଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ବାସ୍ ଆଉ କିଛି ସମୟ ପରେ ଗୁଣ୍ଡିଚା ମନ୍ଦିର ପାଖରେ ପହଞ୍ଚିବ ନନ୍ଦିଘୋଷ । ଜନ୍ମବେଦୀକୁ ବିରାଜିବେ ଶ୍ରୀଜୀଉ ।

ଦୀର୍ଘ ଦୁଇ ବର୍ଷର ଅପେକ୍ଷା ପରେ ଆଜି ଭଗବାନଙ୍କ ସହ ଭକ୍ତର ମିଳନ ହୋଇଛି । ଏତେଦିନ ପରେ ଶ୍ରୀଜୀଉଙ୍କୁ ପାଖରେ ଦେଖି ଭକ୍ତ ଭାବୁକ ହୋଇପଡ଼ିଛି । କରୋନା ପାଇଁ ଦୁଇ ବର୍ଷ ହେଲା ବିନା ଭକ୍ତରେ ରଥଯାତ୍ରା ହେଉଥିଲା । କେବଳ ସୀମିତ ସେବାୟତମାନେ ଏଥିରେ ସାମିଲ ହେଉଥିଲେ ।

 

Exit mobile version