ଭଟଲି ବ୍ଲକ ରେ ମିଶନ ଶକ୍ତି କାର୍ଯ୍ୟକ୍ରମ

ଓଡ଼ିଶା ତାଜା ନ୍ୟୁଜ୍/୧ ଜୁଲାଇ ଶୁକ୍ରବାର/ବରଗଡ଼ :- ଭଟଲି ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତ ର ମହିଳା ମାନଙ୍କୁ ସ୍ବବଲମ୍ବି କରିବା ଓ ସେମାନଙ୍କର ଆର୍ଥିକ ଉନ୍ନତି ର ବିକାଶ ଉଦ୍ଦେଶ୍ୟରେ ଆଜି ରାଜ୍ୟ ସରକାର ଙ୍କ ମିଶନ ଶକ୍ତି ବିଭାଗ ପକ୍ଷରୁ ମାଗଣା ଟ୍ରାକ୍ଟର ବଣ୍ଟନ କରାଯାଇଥିଲା। ବରଗଡ଼ ଜିଲ୍ଲାରେ ପ୍ରଥମ ଥର ପାଇଁ ଭଟଲି ବ୍ଲକ ର ଉର୍ଦ୍ଧୁନା,ଚଡେଇଗା,କେଶେଇପାଲି, ଓ ଭଡିଗାର ୪ଟି ମହିଳା ମହାସଂଘକୁ ଉକ୍ତ ଟ୍ରାକ୍ଟର ବଣ୍ଟନ କରାଯାଇଥିଲା। ସେହିପରି ବ୍ଲକ ଅଞ୍ଚଳ ର ୨୨୧ ଜଣ ହିତାଧିକାରୀଙ୍କୁ ବିଭିନ୍ନ ପ୍ରକାର ଭତ୍ତା ବଣ୍ଟନ କରାଯାଇଥିଲା।

ଏହି ଅବସରରେ ଭଟଲି ବ୍ଲକ ପରିସରରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭଟଲି ବିଧାୟକ ସୁଶାନ୍ତ ସିଂ ଯୋଗଦେଇ ମହିଳା ମହାସଂଘ ଗୁଡ଼ିକୁ ଟ୍ରାକ୍ଟର ଚାବି ପ୍ରଦାନ କରିଥିଲେ। ସଭା ବ୍ଲକ ଉନ୍ନୟନ ଅଧିକାରୀ ଧୀରେନ୍ଦ୍ର ସେଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଭଟଲି ବ୍ଲକ ଅଧ୍ୟକ୍ଷ ନିତ୍ୟାନନ୍ଦ ପ୍ରଧାନ, ଅମ୍ବାଭନା ବ୍ଲକ ଅଧ୍ୟକ୍ଷ କୀର୍ତ୍ତି ଚନ୍ଦ୍ର ଦୁଆନ, ସରପଞ୍ଚ ଗୋବିନ୍ଦ ପଧାନ, ଜିଲ୍ଲା ପରିଷଦ ସଭ୍ୟ ଈଶ୍ୱର ବାବୁ ପ୍ରମୁଖ ମଞ୍ଚାସୀନ ଥିଲେ।

Exit mobile version