ରଥଯାତ୍ରା ସମ୍ମିଳିତ ସ୍ବତନ୍ତ୍ର ମୋହର ଉନ୍ମୋଚିତ

ଓଡ଼ିଶା ତାଜା ନ୍ୟୁଜ୍/୧ ଜୁଲାଇ ଶୁକ୍ରବାର/ବରଗଡ଼ :- ପବିତ୍ର ରଥଯାତ୍ରା ଉପଲକ୍ଷେ କେନ୍ଦ୍ର ଯୋଗାଯୋଗ ମନ୍ତ୍ରଣାଳୟ ପକ୍ଷରୁ ଆଜି ଏକ ସ୍ବତନ୍ତ୍ର ରଥଯାତ୍ରା ସମ୍ମିଳିତ ମୋହର ଉନ୍ମୋଚିତ ହୋଇଛି। ଏହି ପରିପ୍ରେକ୍ଷୀରେ ବରଗଡ଼ ମୁଖ୍ୟ ଡାକଘର ପରିସରରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବରଗଡ଼ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ ଏବଂ ସମ୍ମାନିତ ଅତିଥି ଭାବେ ନୀୟନ୍ତ୍ରୀତ ବଜାର କମିଟି, ବରଗଡ଼ ର ସମ୍ପାଦକ ସଦାକର କୁମ୍ଭାର, ସମ୍ବଲପୁର ଡାକ ମଣ୍ଡଳର ବରିଷ୍ଠ ଅଧିକ୍ଷକ ଡାକପାଳ ବିପିନ ବିହାରୀ ନେଗୀ,

ସମ୍ବଲପୁର ଡାକ ମଣ୍ଡଳର ପୂର୍ବ ସହକାରୀ ଅଧିକ୍ଷଣ ଡାକପାଳ ଶମ୍ଭୁ କୁମାର ସିଂ, ବରଗଡ଼ ସହକାରୀ ଅଧିକ୍ଷଣ ଡାକପାଳ ପଶ୍ଚିମ ସୁଜିତ ମହାରଣା ପ୍ରମୁଖ ମଞ୍ଚାସୀନ ହୋଇ ରଥଯାତ୍ରା ର ସ୍ବତନ୍ତ୍ର ମୋହର କୁ ଉନ୍ମୋଚନ କରିଥିଲେ। ଏଥିରେ ଡ଼ାକ ବିଭାଗ କର୍ମଚାରୀ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Exit mobile version