ଆମ୍ବଝରୀ – ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ଏକ ସମ୍ବର୍ଦ୍ଧନା ସଭା

ଓଡ଼ିଶା ତାଜା ନ୍ୟୁଜ୍/୧ ଜୁଲାଇ ଶୁକ୍ରବାର/ପାରଳାଖେମୁଣ୍ଡି ;- ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ତରଙ୍ଗଡ଼ା ପଞ୍ଚାୟତର ଆମ୍ବଝରୀ ସରକାରୀ ପ୍ରାଥମିକ ବିଦ୍ୟାଳୟର ଲେବେଲ୍‌ -୪ ପ୍ରଧାନ ଶିକ୍ଷକ ଶ୍ରୀ ସନ୍ତୋଷ କୁମାର ପଣ୍ଡା ଚଳିତ ମାସ ଚାକିରୀରୁ ଅବସର ଗ୍ରହଣ କରିବେ।ଏଣୁ ଏହି ପରିପ୍ରେକ୍ଷୀରେ ଆମ୍ବଝରୀ- ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା। ଆଗୁଆ ଅବସରକାଳୀନ ବିଦାୟ ସମ୍ୱର୍ଦ୍ଧନା ସହ ତାଙ୍କ ନିମନ୍ତେ ପୂର୍ଣ୍ଣାଙ୍ଗ ପେନସନ ବ୍ୟବସ୍ଥା କରାଯାଇଛି। ତାଙ୍କୁ ହିସାବ ନିୟନ୍ତ୍ରକ, ଓଡିଶା, ଭୁବନେଶ୍ୱରଙ୍କ ଦ୍ଵାରା ମଞ୍ଜୁରୀ ପ୍ରାପ୍ତ ପେନସନ ଚିଠା କାଗଜପତ୍ର ଓ ଦସ୍ତାବିଜ୍ ହସ୍ତାନ୍ତର ନିମନ୍ତେ ଏକ ବର୍ଣ୍ଣାଢ୍ୟ ସଭା ସର୍ଜନା କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଅଧ୍ୟକ୍ଷ , ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଶ୍ରୀଯୁକ୍ତ ଡାକ୍ତର ମୁର୍ମୁ , ଗୁମ୍ମା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ନୟନ ରଞ୍ଜନ ମଣ୍ଡଳ , ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ମଦନ କହଁର , ଶ୍ରୀ ବାବାଜୀ ପ୍ରଧାନ , ଶିକ୍ଷା ଉପ ବିଭାଗ ଅଧିକାରୀ ଶ୍ରୀଯୁକ୍ତ ମୂରଲୀଧର ବେହେରା , ଶିକ୍ଷା ବିଭାଗର ଆଞ୍ଚଳିକ ସାଧନ ସଂଯୋଜକ , ବରିଷ୍ଠ ଶିକ୍ଷକ , ଶିକ୍ଷୟିତ୍ରୀ ଗଣ ତଥା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କର୍ମକର୍ତ୍ତା , ଶିକ୍ଷାର୍ଥୀ , ପିତା ମାତା , ଅଭିଭାବକ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟଯେ , ପ୍ରଧାନଶିକ୍ଷକ ଶ୍ରୀ ସନ୍ତୋଷ କୁମାର ପଣ୍ଡା ଜଣେ ଛାତ୍ର ବତ୍ସଳ ଓ ଶିକ୍ଷକ ନେତା ଭାବେ ଏହି ଅଞ୍ଚଳରେ ବେଶ୍ ସୁନାମ ରହିଛି

Exit mobile version