ଗଡିଲା ରଥ ହୁଳହୁଳି ଓ ଘଣ୍ଟାଘଣ୍ଟ ରେ କମ୍ପୁଛି ବୈପାରିଗୁଡା ବଡଦାଣ୍ଡ

ଓଡ଼ିଶା ତାଜା ନ୍ୟୁଜ୍/୧ ଜୁଲାଇ ଶୁକ୍ରବାର/ବୈପାରିଗୁଡା :- ଲୋକାରଣ୍ୟ ବୈପାରିଗୁଡା ସହର ବଡଦାଣ୍ଡ ! ଘଣ୍ଟାଘଣ୍ଟ, ହୁଳହୁଳିରେ ଚଳଚଂଚଳ ହୋଇ ପଡିଛି ବୈପାରିଗୁଡା ସହର ! ଦୁଇ ବର୍ଷ ପରେ ରଥଯାତ୍ରା ଦେଖିବାକୁ ଭକ୍ତିଙ୍କୁ ସୁଯୋଗ ମିଳିଥିବା ବେଳେ ବୈପାରିଗୁଡା ମୁଖ୍ୟରାସ୍ତା ଜନସମୁଦ୍ରରେ ପରିଣମିତ ହୋଇଯାଇଛି ! କରୋନା ମହାମାରୀ ଯୋଗୁଁ ଦୁଇବର୍ଷ ପରେ ଶୁକ୍ରବାର ପବିତ୍ର ଘୋଷଯାତ୍ରାରେ ପୁଣି ଥରେ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳିନ ହୋଇଛି। ବୈପାରିଗୁଡା ଜଗନ୍ନାଥ ମନ୍ଦିର କମିଟି ତରଫରୁ ଜଗତରନାଥ ଜଗନ୍ନାଥଙ୍କ ଭକ୍ତ ଙ୍କ ଗହଣରେ ଘୋଷଯାତ୍ରା ଆରମ୍ଭ ହୋଇ ଥିବା ବେଳେ ଏଥିଯୋଗୁଁ ବୈପାରିଗୁଡାରେ ରଥଟଣା ସମୟରେ ଜୟ ଜଗନ୍ନାଥ ହୁଳହୁଳି ଧ୍ୱନୀରେ କମ୍ପି ଉଠିଥିଲା !

ସକାଳେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କର ବିଭିନ୍ନ ରିତିନୀତି ସଂପନ୍ନ କରାଯିବା ପରେ ପୂର୍ବାହ୍ନ ୩ ଟା ୩୦ ମିନିଟରେ ପହଣ୍ଡି କରାଯାଇ ଠାକୁର ମାନଙ୍କୁ ରଥାରୁଢ କରାଯାଇଥିଲା। ମନ୍ଦିରର ମୁଖ୍ୟପୂଜକ ଦୁର୍ଗା ତ୍ରିପାଠୀଙ୍କ ଦ୍ୱାରା ପୂଜାର୍ଚ୍ଛନା କରାଯାଇଥିବା ବେଳେ ଦଇତାପତି ଓ ସେବକ ମାନଙ୍କ ଦ୍ବାରା ତିନି ଠାକୁରଙ୍କ ବିଭିନ୍ନ ସେବାନିତୀ କରିଥିଲେ। ବୈପାରିଗୁଡା ର ରାଜା ସ୍ବର୍ଗତ ମୁରଲୀ ଜଗଦେବଙ୍କ ବଡ ପୁଅ ବାପି ଜଗଦେବ ଚଳିତ ବର୍ଷ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରାରେ ରାଜା ଭାବେ ଉପସ୍ଥିତ ରହି ରଥକୁ ଛେରା ପହଁରା କରିବା ପରେ ୫ଟା ୩୦ ମିନିଟ ସମୟରେ ରଥଟଣା ଆରମ୍ଭ ହୋଇଥିଲା।

ଘଣ୍ଟ, ଘଣ୍ଟା, କାହାଳୀ, ମୃଦଙ୍ଗ ସାଙ୍ଗକୁ ହରିବୋଲ, ହୁଳହୁଳି ଧ୍ୱନିରେ ରଥଟଣା ରାସ୍ତା ପ୍ରକମ୍ପିତ ହୋଇଥିଲା। ବୈପାରିଗୁଡା ମୁଖ୍ୟଛକରେ ଜଗନ୍ନାଥ ମନ୍ଦିର ଠାରୁ ରଥଟଣା ଯାଇଥିବା ବେଳେ ସଂନ୍ଧ୍ୟା ୭ ଟା ସମୟରେ ମାଉସିମାଁ ମନ୍ଦିର ଠାରେ ରଥ ପହଂଚିଥିଲା !ଶାନ୍ତି ଶୃଙ୍ଖଳା ରକ୍ଷା ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଡିଏସପି ବିରଂଚି ନାରାୟଣ ଜଗତ ଙ୍କ ନେତୃତ୍ବରେ ପୋଲିସ କର୍ମଚାରୀ ମାନେ ନିୟୋଜିତ ରହିଥିବାର ଦେଖିବାକୁ ମିଳିଛି ! ଅତିରିକ୍ତି ତହସିଲଦାର ସଂଜୀବ କୁମାର ସାହୁ ଉପସ୍ଥିତ ରହି ରଥଟଣା କାର୍ଯ୍ୟର ତଦାରଖ କରିବା ସହ ବିଭିନ୍ନ ବିଷୟବସ୍ତୁ ଉପରେ ନଜର ରଖିଥିବାର ଜଣାପଡିଛି !

Exit mobile version