ରଣପୁର : ପବିତ୍ର ଗୁଣ୍ଡିଚା ଯାତ୍ରା – ଶ୍ରୀ ଜିଉଙ୍କ ଅପେକ୍ଷାରେ ୩ ରଥ

ଓଡ଼ିଶା ତାଜା ନ୍ୟୁଜ୍/୧ ଜୁଲାଇ ଶୁକ୍ରବାର/ରଣପୁର :- ଶୁକ୍ରବାର ପବିତ୍ର ଗୁଣ୍ଡିଚା ଯାତ୍ରା , ଭାଇ ଭଉଣୀ ଙ୍କୁ ସାଙ୍ଗରେ ଧରି ଜଗତର ନାଥ ଜଗନ୍ନାତ ରଥା ରୁଢ ହୋଇଜିବେ ମାଉସୀ ଘରକୁ । ସେଥିପାଇଁ ରଜବାଟୀ ସମ୍ମୁଖରେ ୩ ଟି ରଥ ଏବେ ସୁସଜ୍ଜିତ ହୋଇ ଠିଆ ହୋଇଛି ଶ୍ରୀ ଜିଉଙ୍କ ଅପେକ୍ଷାରେ । ଗତ ବୁଧବାର ଶ୍ରୀ ଜିଉଙ୍କର ନେତ୍ର ଉତ୍ସବ ପରେ ତିନି ରଥରେ ଦ୍ୱଜା ବନ୍ଧା ଯାଇଥିଲା । ୨ବର୍ଷ ଧରି କରୋନା କଟକଣା ଯୋଗୁ ରଥ ଯାତ୍ରା ହୋଇପାରିନଥିଲା । ୨ବର୍ଷ ପରେ ରଥ ଯାତ୍ରା ହୋଉଥିବାରୁ ଭକ୍ତ ମହଲରେ ଆନନ୍ଦ ପ୍ରକାଶ ପାଇଛି । ଓଡିଶା ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ରଣପୁର ପରିଚିତ ।

ପୁରୀ ଭଳି ଏଟାରେ ଚତୁର୍ଦ୍ଧାା ମୂର୍ତୀ , ବଡଦେଉଳ,ବଡ ବଡ ୩ ଟି ରଥ ନିର୍ମଣ କରାଯାଏ । ପୁରୀ ରେ ଶ୍ରୀ ଜିଉଙ୍କୁ ଦର୍ଶନ କଲେ ଯେଉଁ ପୁଣ୍ୟ ମିଳେ ରଣପୁରରେ ଶ୍ରୀ ଜିଉଙ୍କୁ ଦର୍ଶନ଼ କେଲେ ସେହି ପୁଣ୍ୟ ମିଳେ ବୋଲି ବିଶ୍ୱାସ ଥିବାରୁ ପ୍ରତିବର୍ଷ ଏଠାରେ ଲାକ୍ଷାଧିକ ଭକ୍ତ ସମାଗମ ହୋଇଥାନ୍ତି । ରଥଯାତ୍ରା ପାଇଁ ପ୍ରଶାସନ ସବୁପ୍ରକାର ବ୍ୟବସ୍ଥା କରିଥିବା ଜଣାଯାଇଛି । ଶାନ୍ତି ଶୃଙ୍ଗାଳ ପାଇଁ ବ୍ୟାପକ ପୁଲିସ ମୃତୟନ କରାଯାଇଥିବା ଜଣାଯାଇଛି । ସେହିପରି ବିଦ୍ୟୁତ ବିଭାଗ ,ଅଗ୍ନି ସମ ବିଭାଗ, ସ୍ୱାସ୍ଥ ବିଭାଗ ତରଫରୁ ବ୍ୟାପକ ସତର୍କତ ଅବଲମ୍ବନ କରାଯାଇଛି । ଶୁକ୍ରବାର ସକାଳୁ ରଥ ପ୍ରତିଷ୍ଠା ପରେ ଶ୍ରୀ ଜିଉମାନଙ୍କ ସେବାନୀତରି ପରେ ଧାଡି ପହଣ୍ଡିରେ ରଥା ରୁଢ ହେବେ ।

ରଣପୁର ରାଜାଙ୍କ ଦ୍ୱାରା ଛେରାପହଁରା କରିଜିବାପରେ ଅପରାହ୍ନ ୩ ଟାରେ ରଥ ଟଣା ହେବାର କାର୍ଯ୍ୟ କ୍ରମ ରହଛି । ଅନ୍ୟ ପକ୍ଷରେ ରଥ ଯାତ୍ରା ଭିଡରେ ବେପାର କରିବାପାଇଁ ବଡ ଦାଣ୍ଡରେ ଉଠା ଦୋକାନୀ ଙ୍କ ଭିଡ ଲାଗିଥିବା ବେଳେ ରାଜବାଟି ପରିସରରେ ମୀନା ବଜାର ପଡିଛି । ଅପର ପକ୍ଷରେ ରଥ ଯାତ୍ରା ରେ ଲକ୍ଷାଧିକ ଭକ୍ତ ସମାଗମ ହେଉଥିବା ବେଳେ ଏବେ ପ୍ରଶାସନ ତରଫରୁ କିଛି କ୍ଷେତ୍ରରେ ଅବହେଲା କରିଥିବା ଅଭିଯୋଗ ହେଉଛି । ପ୍ରତିକୁପରେ ସ୍ୱାସ୍ଥ ବିଭାଗ ପକ୍ଷରୁ ଜଳ ବିଶୋଧନ ପାଇଁ ବିଚିଙ୍ଗି ପକାଯାଇନାହିଁ । ଏପରିକି ଅନେକ ଗଳି କନ୍ଦି ରେ ଦୁର୍ଗନ୍ଧ ମୟ ପରିବେଷ ଦେଖିବାକୁ ମିଳିଛି । ରାଜବାଟି ସମ୍ମୁଖରେ ପ୍ରେସ ଗଳି ରେ ଏବେ ଧୂର୍ଗନ୍ଦ ରେ ନାକ ଫାଟି ପଡୁଛି । ଏପରିକି ରଣପୁର ଅଚଂଳରେ ବରମ୍ବାର ବିଦ୍ୟୁତ କାଟ ଜନସାଧାରଣରେ ଅସନ୍ତୋଷର କାରଣ ହୋଇଛି ।

Exit mobile version