ବରପାଲି ବିଜ୍ଞାପିତ ଅଞ୍ଚଳ ପରିଷଦ ର ୨ୟ ବୈଠକ

ଓଡ଼ିଶା ତାଜା ନ୍ୟୁଜ୍/୨୯ ଜୁନ ବୁଧବାର/ବରଗଡ଼ :- ବରପାଲି ବିଜ୍ଞାପିତ ଅଞ୍ଚଳ ପରିଷଦ ର ଦ୍ବିତୀୟ କାଉନସିଲ ବୈଠକ ଆଜି ଅଫିସ୍ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଅଛି । ପରିଷଦ ଅଧ୍ୟକ୍ଷ ଦୀନେଶ ଗହୀର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟ ସରକାର ଙ୍କ ବୟନ ଶିଳ୍ପ ହସ୍ତତନ୍ତ ଓ ହସ୍ତଶିଳ୍ପ ମନ୍ତ୍ରୀ ରୀତା ସାହୁ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ଏଥିରେ ବିଜ୍ଞାପିତ ଅଞ୍ଚଳ ପରିଷଦ ର ଉପାଧ୍ୟକ୍ଷ ଙ୍କ ସମେତ ସମସ୍ତ କାଉନସିଲର ଓ ନିର୍ବାହୀ ଅଧିକାରୀ ଉପସ୍ଥିତ ଥିଲେ । ୧୧ଓ୍ବାର୍ଡ ବିଶିଷ୍ଟ ପରିଷଦର ସମସ୍ତ ଅଞ୍ଚଳର ଉନ୍ନୟନ କାର୍ଯ୍ୟ ସମାନ ଭାବରେ ହେବ ସେଥିପ୍ରତି ଦୃଷ୍ଟି ଦେବା ସହ ବର୍ଷା ଋତୁରେ ସୃଷ୍ଟି ହେଉଥିବା ବନ୍ୟା ଜଳ ସମସ୍ୟା ସମାଧାନ କିପରି ହୋଇପାରିବ ସେଥିପାଇଁ ଅଧିକ ଗୁରୁତ୍ବ ଦିଆଯିବା ବୋଲି ମତପୋଷଣ କରାଯାଇଥିଲା ।

Exit mobile version