ବ୍ଲକର ସଦଭାବନା ଗୃହ ଠାରେ ରାୟଗଡ଼ ପଞ୍ଚାୟତ ସମିତି : ରଦ୍ୱିତୀୟ ସାଧାରଣ ପଞ୍ଚାୟତ ସମିତି ବୈଠକ

ଓଡ଼ିଶା ତାଜା ନ୍ୟୁଜ୍/୨୯ ଜୁନ ବୁଧବାର/ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ରାୟଗଡ଼ ପଞ୍ଚାୟତ ସମିତି ସଦଭାବନା ସଭାଗୃହ ଠାରେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ପୁର୍ନବାସୀ ନାୟକଙ୍କ ଅଧ୍ୟକ୍ଷତାରେ ସମିତିର ଚତୁର୍ଥ ଅଧିବେଶନ ତଥା ଦ୍ଵିତୀୟ ସାଧାରଣ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଟି ଉନ୍ନୟନ ଅଧିକାରୀ ପିତାମ୍ବର ବେହେରା , ସହକାରୀ ନିର୍ବାହୀ ଯନ୍ତ୍ରୀ ସସ୍ମିତା କୁମାରୀ ଜେନା, ଉପାଧ୍ୟକ୍ଷ ଜ୍ୟୋତି ପ୍ରସାଦ ପାଣି, ଜିଲ୍ଲା ପରିଷଦ ସଭ୍ୟା ଗୌତମି ଜାନୀ, ଜିଲ୍ଲା ପରିଷଦ ସଭ୍ୟ ପିତାମ୍ବର ନାୟକ, ସାଂସଦ ପ୍ରତିନିଧି ଅନ୍ତର୍ଯ୍ୟାମୀ ଗମାଙ୍ଗ, ବିଧାୟକଙ୍କ ପ୍ରତିନିଧି ମଫିଏଲ୍ ସ୍ୱାଲସିଂ ପ୍ରମୁଖ ମଞ୍ଚଷିନ ହୋଇ ପ୍ରଦୀପ ପ୍ରଜଳନ କରିଥିଲେ।

ସ୍ୱାସ୍ଥ୍ୟ, ଶିକ୍ଷା , କୃଷୀ, ପନୀୟ ଜଳ ଓ ପରିମଳ, ମହିଳା ଓ ଶିଶୁ ବିକାଶ, ଓଡ଼ିଶା ଜୀବିକା ମିଶନ ଏବଂ ମନରେଗା କାର୍ଯ୍ୟକ୍ରମ ବିସୟରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରାଯାଇଥିଲା। ବ୍ଲକର ଅନେକ ପଞ୍ଚାୟତରେ ସମସ୍ୟା ରହିଥିବାରୁ ଏହାର ତୁରନ୍ତ ବିହିତ ପଦକ୍ଷେପ ନେବାକୁ ସଂପୃକ୍ତ ଅଧିକାରୀଙ୍କୁ ଅଧ୍ୟକ୍ଷା ପରାମର୍ଶ ଦେଇଥିବା ଦେଖିବାକୁ ମିଳିଛି। ଏହି ବୈଠକରେ ୨୧ ଗୋଟି ଗ୍ରାମ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ସଭ୍ୟା ତଥା ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

Exit mobile version