ଗୋପବନ୍ଧୁଙ୍କ ୯୪ତମ ଶ୍ରାଦ୍ଧ ଦିବସ ପାଳିତ

ଓଡ଼ିଶା ତାଜା ନ୍ୟୁଜ୍/୨୯ ଜୁନ ବୁଧବାର/ମାଲକାନଗିରି :-  ବିଶିଷ୍ଟ ସମାଜସେବୀ, ସାହିତ୍ୟିକ, ଲେଖକ ତଥା ସମାଜ ସଂସ୍କାରକ , ମହାନ ସ୍ୱାଧୀନତା ସଂଗ୍ରାମୀ, ସେବା ଓ ତ୍ୟାଗର ପ୍ରତୀକ ହେଉଛନ୍ତି ଗୋପବନ୍ଧୁ ଦାସ । ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ରେ ତାଙ୍କ ଅବଦାନ ଅତୁଳନୀୟ । ଜାତିର ସେବା ପାଇଁ ନିଜ ଜୀବନକୁ ସମର୍ପି ଦେଇଥିଲେ ପଣ୍ଡିତ ଉତ୍କଳମଣୀ ଗୋପବନ୍ଧୁ ଦାସ । ସ୍ୱାଧୀନତାର ଲଢେଇରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଜନନୀର ଅମର ସନ୍ତାନ ପଣ୍ଡିତ ଗୋପବନ୍ଧୁ ଦାସ ହଜାରିବାଦ ଜେଲରେ ଦୁଇବର୍ଷ କାରାଦଣ୍ଡ ଭୋଗି ଫେରିଥିଲୋ ।  ତେବେ ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ରଙ୍କ ଦ୍ୱାରା ସେ ଶ୍ରଦ୍ଧା ସମ୍ମାନର ସହ ଉତ୍କଳମଣୀ ଭାବେ ଆଖ୍ୟା ପାଇ ଦେଶର ଅମୁଲ୍ୟ ମଣି ଭାବେ ପରିଚିତ ଲାଭ କରିଥିଲ ।

ଯେତେଦିନ ପର୍ଯ୍ୟନ୍ତ ଏହି ଜାତି ବଞ୍ଚିବ ଗୋପବନ୍ଧୁଙ୍କ ସତକର୍ମ ଓ ସେବା ପାଇଁ ଅମର ରହିବେ । ସେବାର ଏକ ଜୀବନ୍ତ ପ୍ରତିମୂର୍ତି ଭାବେ ପୂଜିତ ହୋଇ ରହିବେ ବୋଲି ଆଜି ୯୪ ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ମାଲକାନଗିରି ପୂର୍ବତନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଶ୍ରାଦ୍ଧ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନବରଙ୍ଗପୁର ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀ କହିଛନ୍ତି । ଆଜି ଏଠାରେ ଆୟୋଜିତ ଏକ ସମ୍ମିଳନୀରେ ଅନ୍ୟତମ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ଟାଙ୍ଗୁଲୁ, ପୌର ପରିଷଦ ଅଧ୍ୟକ୍ଷ ମନୋଜ କୁମାର ବାରିକ, ପୂର୍ବତନ ବିଧାୟକ ମାନସ ମାଡକାମି, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟେସ୍ନାମୟୀ ଆଚାର୍ଯ୍ୟ, ଶିକ୍ଷାବିତ୍ ପ୍ରକାଶ ପଟ୍ଟନାୟକ ଯୋଗ ଦେଇଥିଲେ ।

ଏହି ଅବସରରେ ପୁଣ୍ୟାତ୍ମା ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରା ଯାଇଥିଲା ଏବଂ ତାଙ୍କର ସ୍ମୃତିଚାରଣ ସହ ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ବକ୍ତମାନେ ନିଜର ମତ ଦେଇଥିଲେ । ସ୍ଥାନୀୟ ମହିଳା ମହାବିଦ୍ୟାଳୟ, ଜେ.ଏନ୍‌.ଏମ୍‌. ଓ ସତ୍ୟନାରାୟଣ ମହାବିଦ୍ୟାଳୟ, ଶରତ ମିଶ୍ର ବିଦ୍ୟାଳୟ, ମାଲକାନଗିରି ମହାବିଦ୍ୟାଳୟ, ଆଓମା ସଂଗଠନ, ଟିମ୍ ଉଇ କ୍ୟାନ୍‌, ଓ ଜୟ ମାଲକାନଗିରି ସ୍ୱେଚ୍ଛାସେବୀ ଯୁବ ସଂଗଠନ ଯୋଗ ଦେଇଥିଲେ । ସେହିପରି ଅଧ୍ୟାପିକା ନମିତା ଦଣ୍ଡସେନା, ଅଧ୍ୟାପକ ରଂଜନ ସ୍ୱାଇଁ, ଡଃ ଗକୁଳାନନ୍ଦ ପାତ୍ର, ସମେତ ଅବସରପ୍ରାପ୍ତ ଶିକ୍ଷକ ସୀମାଂଚଳ ପାଣିଗ୍ରାହି, ବାଲା ପାଢି, ରବିନ୍ଦ୍ର ମହାରଣା, ଅଶୋକ ସାମଲ, ଶିକ୍ଷକ ସଂଘ ସଭାପତି ତାରକ ମଣ୍ଡଳ ଯୋଗ ଦେଇଥିବା ବେଳେ ଏହି କାର୍ଯ୍ୟକ୍ରମକୁ ସମାଜ ଜିଲ୍ଲା ପ୍ରତିନିଧି ଗୋପିକୃଷ୍ଣ ପଟ୍ଟନାୟକ ପରିଚାଳନା କରିଥିଲା ବେଳେ ଅସୀମ ବିଶ୍ବାସ ସହଯୋଗ କରିଥିଲେ।

Exit mobile version