ରାଜ୍ୟ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ “୫୦” ତମ ଜନ୍ମ ଦିବସ ପାଳନ

ଓଡ଼ିଶା ତାଜା ନ୍ୟୁଜ୍/୨୮ ଜୁନ ମଙ୍ଗଳବାର/ମାଲକାନଗିରି :-  ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଙ୍କ କାର୍ଯ୍ୟାଳୟ ଠାରେ ବିଜୁ ଜନତା ଦଳ ସାଙ୍ଗଠନିକ ସମ୍ପାଦକ ତଥା ମାନ୍ୟବର ବିଧାୟକ ପ୍ରଣବ ପ୍ରକାଶ ଦାସ ଙ୍କ ‘୫୦ ‘ତମ ଜନ୍ମ ଦିବସ ରେ ବହୁ ଆଡମ୍ବର ସହ ପାଳନ କରାଯାଇଛି । ଏହି ଉତ୍ସବ ରେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ବହୁ ବରିଷ୍ଠ ନେତା ଓ ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁ ,

ପୂର୍ବତ୍ତନ ବିଧାୟକ ମାନସ ମାଡକାମୀ , ବରିଷ୍ଠ ନେତା ରାଜେନ୍ଦ୍ର ପଣ୍ଡା ,ଜିଲ୍ଲା ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଗୋପାଳ କୃଷ୍ଣ ପଣ୍ଡା ,ଜିଲ୍ଲା ସାଙ୍ଗଠନିକ ସମ୍ପାଦକ ନୃସିଂହ ଚରଣ ମହାନ୍ତି ଓ ସଦର ବ୍ଲକ ଅଧ୍ୟକ୍ଷା ଗୌରୀ ପଡ଼ିଆମୀ ଯୋଗ ଦେଇ ପ୍ରଣବ ପ୍ରକାଶ ଦାସ ଙ୍କ ଜନ୍ମ ଦିବସ ଉପଲକ୍ଷେ କେକ୍ କାଟି ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତ୍ତନ ଯୁବ ସଭାପତି ତଥା ଆଇନଜୀବୀ ଶଙ୍କର ସାହା,ବରିଷ୍ଠ ଆଇନଜୀବୀ ଲୋମ୍ବଧର ତୁରୁକ ,ସୂର୍ଯ୍ୟ ନାରାୟଣ ବ୍ରହ୍ମା, ରାଜେଶ ପଟ୍ଟନାୟକ, ଜିଲ୍ଲା ଓକିଲ ସଂଘ ସଭାପତି ପ୍ରକାଶ ଚନ୍ଦ୍ର ମହାନ୍ତି,ଛାତ୍ର ଜନତା ଦଳ ସଭାପତି ତାପସ ରଞ୍ଜନ ନାୟକ, କାଉନ୍ସିଲର ସୁବ୍ରତ ମଣ୍ଡଳ,ମହିଳା ଜନତା ଦଳ ସାଧାରଣ ସମ୍ପାଦିକା ମୁସ୍କାନ ଦେବନାଥ, ଜିଲ୍ଲା ବରିଷ୍ଠ ନେତା ସୁରେନ୍ଦ୍ର ନାଥ ରଥ, ତପନ ସାନା, ବୁନା ରାଓ ପ୍ରମୁଖଙ୍କ ସହ ବହୁ କର୍ମକର୍ତ୍ତା ଉପସ୍ଥିତ ରହି ଶୁଭେଚ୍ଛା ଓ ଶୁଭକାମନା ଜଣେଇଥିଲେ ।

Exit mobile version