ନୂଆଗାଁ ଥାନାରେ ନୂତନ ଥାନା ଅଧିକାରିଣୀ ପୁଷ୍ପଲତା ବେହେରା ଙ୍କ ଯୋଗଦାନ

ଓଡ଼ିଶା ତାଜା ନ୍ୟୁଜ୍/୨୮ ଜୁନ ମଙ୍ଗଳବାର/ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ଥାନା ରେ ନୂତନ ଥାନା ଅଧିକାରିଣୀ ପୁଷ୍ପଲତା ବେହେରା ଯୋଗ ଦେଇଛନ୍ତି । ଏହା ପୂର୍ବରୁ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନାରେ ସବ୍ ଇନିସ୍ ପେକ୍ଟର ଭାବେ କାର୍ଯ୍ୟ କରିଥିଲେ । ନୂଆଗାଁ ଥାନା ରେ ଯୋଗ ଦେବାପରେ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା,ପୁଲିସ ଜନସାଧାରଣ ଙ୍କ ମଧ୍ୟରେ ସୁ ସମ୍ପର୍କ ବଜାୟ ରଖିବା,

ଅପରାଧ ଦୂରୀକରଣ ଆଦି ଉପରେ ଗୁରୁତ୍ବ ଦେବେ ବୋଲି ନୂତନ ଭାବେ ଯୋଗ ଦେଇଥିବା ଥାନା ଅଧିକାରିଣୀ ପୁଷ୍ପଲତା ବେହେରା କହିଛନ୍ତି । ପୂର୍ବତନ ଥାନା ଅଧିକାରୀ ବସନ୍ତ କୁମାର ସାହୁ ଙ୍କ ଠାରୁ ନୂତନ ଥାନା ଅଧିକାରିଣୀ ଦାୟିତ୍ଵ ଗ୍ରହଣ କରିଛନ୍ତି ।

Exit mobile version