ଶ୍ରୀ ରାଧା ଦାମୋଦର ଶିଵ କୁଞ୍ଜ : ଶ୍ରୀଧାମ ବୃନ୍ଦାବନ – ଉତ୍ତର ପ୍ରଦେଶ

ଓଡ଼ିଶା ତାଜା ନ୍ୟୁଜ୍/୨୭ ଜୁନ ସୋମବାର/ରାଗାନୁଗା ବୈଷ୍ଣବ ସନ୍ଥ ଗୁରୁ ଶ୍ରୀ ରୂପ ଗୋସ୍ୱାମୀ ଙ୍କ ଦ୍ୱାରା ଆଦେଶ ପ୍ରାପ୍ତ ହୋଇ ଶ୍ରୀ ଜୀବ ଗୋସ୍ୱାମୀ ଖ୍ରୀ 1542 ରେ ନିତ୍ୟଧାମ ବୃନ୍ଦାବନ ରେ ଏହି ରାଧା ଦାମୋଦର ବିଗ୍ରହ ପ୍ରତିଷ୍ଠା କରି ପୂଜା ଆରମ୍ଭ କରିଥିଲେ l ପ୍ରେମ ଭକ୍ତି ର ଯେଉଁ ପାବନ ମନ୍ଦାକିନୀ ଧlରା ପ୍ରଭୁ ଶ୍ରୀକୃଷ୍ଣ ଚୈତନ୍ୟ ପ୍ରବର୍ତ୍ତନ କରି ଯାଇଥିଲେ ଏହା ତାହାର ଜୀବନ୍ତ ସ୍ମୃତି ହୋଇ ରହିଛି l

ସମସ୍ତ ବୈଷ୍ଣବ ଧର୍ମ ଓ ପର୍ବ ପର୍ବାଣୀ ଏଠାରେ ମହା ସମାରୋହରେ ପାଳିତ ହୁଏ l ଜନ୍ମାଷ୍ଟମୀ, ରାଧାଷ୍ଟମୀ, କାର୍ତ୍ତିକ ବ୍ରତ, ରାଇ ଦାମୋଦର ବ୍ରତ, ଚୈତନ୍ୟ ଓ ନିତ୍ୟାନନ୍ଦ ଜୟନ୍ତୀ, ଦୋଳ, ହୋଲି, ରାସ ପୁର୍ଣିମା ପ୍ରଭୃତି ଯଥାରିତି ପାଳନ କରାଯାଏ l

 

Exit mobile version