ଗଜପତି ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଆନ୍ତର୍ଜାତିକ ନିଶା ଅପବ୍ୟବହାର ଓ ଅବୈଧ କାରବାର ନିରୋଧ ଦିବସ ପାଳିତ

ଓଡ଼ିଶା ତାଜା ନ୍ୟୁଜ୍/୨୭ ଜୁନ ସୋମବାର/ପାରଳାଖେମୁଣ୍ଡି :-  ଆନ୍ତର୍ଜାତିକ ନିଶା ଅପବ୍ୟବହାର ଓ ଅବୈଧ କାରବାର ନିରୋଧ ଦିବସ ଜିଲ୍ଲା ଅବକାରୀ ବିଭାଗ ତରଫରୁ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଏବଂ ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥି ପୌରହିତ୍ୟ କରିଥିଲେ ସ୍ଥାନୀୟ ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟ, ସ୍କାଉଟ ଏବଂ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଏବଂ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ବିରାଟ ଧରଣର ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ।

ଏହି ଶୋଭାଯାତ୍ରାକୁ ଗଜପତି ଜିଲ୍ଲାପାଳ ଶ୍ରୀ ପଣ୍ଡା ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଶତପଥୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସମାଜକୁ ନିଶାଦ୍ରବ୍ୟର ଅପବ୍ୟବହାର ଏବଂ ଏହାର ଚୋରାଚାଲାଣକୁ ରୋକାଯାଇପାରିବ ସଚେତନତା କରିବା । ଜିଲ୍ଲାପାଳ ନିଜ ବକ୍ତବ୍ୟରେ କହିଥିଲେ ଯେ,

ସମାଜକୁ ସଚେତନ କରାଇବା ଏବଂ ବିଶେଷ କରି ଯୁବ ସମାଜ ଏଥିରୁ କିପରି ନିବୃତ୍ତ ରହିବେ ସେ ନେଇ ସାମାଜିକସ୍ତରରେ ସଚେତନତା କରିବା ଜରୁରୀ ବୋଲି କହିଥିଲେ । ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଭାତ କୁମାର ସେଠି ତାଙ୍କର ଅଭିଭାଷଣ ଦେଇ ଏକ ନିଶାମୁକ୍ତ ସମାଜ ଗଠନ କରିବାର ପ୍ରେରଣା ଦେଇଥିଲେ । ଏଥିରେ ଯୋଗଦାନ କରିଥିବା ଛାତ୍ରଛାତ୍ରୀମାନେ ସେମାନଙ୍କ ବହୁମୂଲ୍ୟ ବକ୍ତବ୍ୟ ଶୁଣିଥିଲେ । ଏହି ଶୋଭାଯାତ୍ରା କାର୍ଯ୍ୟକ୍ରମକୁ ଗଜପତି ଜିଲ୍ଲା ଅବକାରୀ ବିଭାଗର ସମସ୍ତ ଅଧିକାରୀ ଏବଂ କର୍ମଚାରୀମାନେ ପରିଚାଳନା କରିଥିଲେ ।

Exit mobile version