ଓଡ଼ିଶା ତାଜା ନ୍ୟୁଜ୍/୨୬ ଜୁନ ରବିବାର/ରଣପୁର :- କାନ୍ଦୁଛି ଗାଁ, କାନ୍ଦୁଛି ମା , କାନ୍ଦୁଛନ୍ତି ଆତ୍ମିୟସ୍ବଜନ | ସମସ୍ତଙ୍କ ଆଖିରୁ ଝରୁଛି ଧାର ଧାର ଲୁହ । କିଏ ବା ଏଠି କାହାକୁ ବୁଝାଇବ ସମସ୍ତେ ତ ଅବୁଝା । ନିଜ ପୁଅକୁ ହରାଇ କିଏ ବା ନିଜକୁ ସମ୍ଭାଳିପାରିବ । ଏଇ ପୁଅର ଫେରିବା ବାଟକୁ ପରା ରହିଁରହିଥିଲା ମା, ଚାହିଁ ରହିଥିଲା ପୂରା ଗାଁ । ହେଲେ ପୁଅ ଫେରିଲା କିନ୍ତୁ ଦେଶ ପାଇଁ ଜୀବନ ଦେଇ ଶହୀଦ ହୋଇ ଫେରିଲା |

ନୟାଗଡ ଜ଼ିଲ୍ଲା ରଣପୁର ବ୍ଲକର କୁଞ୍ଜବନ ଗାଁ ର | ଗାଁରେ ପହଞ୍ଚିଲା ଶହୀଦ ଯବାନ ବୈକୁଣ୍ଠନାଥ ପ୍ରଧାନଙ୍କ ମୃତ ଶରୀର l ତ୍ରିପୁରା ସୀମାରେ ବି.ଏସ.ଏଫ ଯବାନ ଭାବେ କାର୍ଯ୍ୟରତ ଥିବା ବେଳେ ଗତ ୨୩ ତାରିଖ ଦିନ ତାଙ୍କର ମୃତ୍ୟୁ ହୋଇଥିଲା | ଆଜି ସକାଳୁ ପ୍ରଥମେ ତାଙ୍କ ମୃତ ଶରୀର ରଣପୁର ଥାନା ସମ୍ମୁଖରେ ପହଞ୍ଚି ଥିଲା | ସେଠାରେ ଥାନା ଅଧିକାରୀ ଓ କର୍ମଚାରୀ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ |
