ଓଡ଼ିଶା ତାଜା ନ୍ୟୁଜ୍/୨୬ ଜୁନ ରବିବାର/ମାଲକାନଗିରି :- ମାଲକାନଗିରି ଜିଲ୍ଲା ଗସ୍ତରେ ବିଜୁ ଜନତା ଦଳର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସ ମହୋଦୟ ଦିନିକିଆ ଗସ୍ତରେ ଆସି ସଂସ୍କୃତି ଭବନଠରେ ପହଞ୍ଚି ସମୀକ୍ଷା ବୈଠକରେ ଯୋଗ ଦେଇ ଥିଲେ । ପ୍ରଥମେ ଦଳୀୟ କର୍ମକର୍ତା ଓ ଜୋନ କୋଡ଼ିନେଟର, ନବନିର୍ବାଚିତ ଲୋକପ୍ରତନିଧି ମାନେ ଉପସ୍ଥିତ ରହି, ଫୁଲତୋଳା ଦେଇ ସ୍ୱାଗତ ଜଣାଇଥିଲେ । ତେବେ ଏନେଇ ଜିଲ୍ଲା ବିଜୁ ଜନତା ଦଳର ଦଳୀୟ କର୍ମୀ ଓ ନେତାଙ୍କ ମଧ୍ୟରେ ବେସ ଉତ୍ସାହ ଦେଖିବାକୁ ମିଳିଥିଲା । ପ୍ରାୟ ୩ ଘଣ୍ଟା ଧରି ଚାଲି ଥିବା ଆଜିର ଏହି ସମୀକ୍ଷା ବୈଠକରେ ନବନିର୍ବାଚିତ ଲୋକପ୍ରତନିଧି ମାନଙ୍କୁ ସାଧୁବାଦ ଦେବା ସହ ଦଳୀୟ କର୍ମୀଙ୍କୁ ତ୍ରୁଟି ସୁଧାରିବାକୁ ପରାମର୍ଶ ଦେଇଥିଲେ ରାଜ୍ୟ ସାଙ୍ଗଠନିକ ସମ୍ପାଦକ ।

ଏବଂ ଲୋକଙ୍କ ସହ ଯୋଡିତ ରହି ଲୋକଙ୍କ ପାଇଁ କାମ କରିବା ଲାଗି ଉପଦେଶ ଦେଇଥିଲେ। ଆଜିର ଏହି ସମୀକ୍ଷା ବୈଠକରେ ଅନ୍ୟ ସମ୍ମାନୀୟ ଅତିଥି ଭାବେ ମାନ୍ୟବର ସାଂସଦ ନବରଙ୍ଗପୁର ଶ୍ରୀ ରମେଶ ଚନ୍ଦ୍ର ମାଝୀ, ମାନ୍ୟବର ବିଧାୟକ କଟକ ସଦର ଶ୍ରୀ ଚନ୍ଦ୍ର ସାରଥୀ ବେହେରା, ପୂର୍ବତନ ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଶ୍ରୀ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ, ବିଜୁ ଜନତା ଦଳ ରାଜ୍ୟ ବରିଷ୍ଟ ସାଧାରଣ ସମ୍ପାଦକ ତଥା ପୂର୍ବତନ ସାଂସଦ ଶ୍ରୀ ପ୍ରଦୀପ ମାଝୀ, ବିଜୁ ଜନତା ଦଳ ରାଜ୍ୟ ଯୁଗ୍ମ ସମ୍ପାଦକ, ପ୍ରକାଶ କୁମାର ଡାଙ୍ଗ ଏବଂ ଅନ୍ୟ ମଞ୍ଚଆସିନ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲା ବିଜୁ ଜନତା ଦଳର ସଭାପତି ତଥା ମାନ୍ୟବର ବିଧାୟକ ଚିତ୍ରକୋଣ୍ଡା ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ବାକା,
