ଛାତ୍ର ଜଗବନ୍ଧୁଙ୍କୁ ଶୁଭେଛା ଜଣାଇବା ସହ ଉଜ୍ଜ୍ବଳ ଭବିଷ୍ୟତ କାମନା କଲେ – ଦଶପଲ୍ଲା ବିଧାୟକ

ଓଡ଼ିଶା ତାଜା ନ୍ୟୁଜ୍/୨୬ ଜୁନ ରବିବାର/ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ମାଇଛେଳି ପଞ୍ଚାୟତ କୋଷାକଟା ଗ୍ରାମ ର ଜଗବନ୍ଧୁ ସାମନ୍ତରା ରାଜ୍ୟରେ ଯୋଗ ଓ ପ୍ରାଣାୟାମ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରି ଜାତୀୟ ସ୍ତରକୁ ଯାଇଥିଲେ । ଦିଲ୍ଲୀ ରେ ଅନୁଷ୍ଠିତ ଯୋଗ ଶିବିରରେ୫ ଦିନ ରହି ଯୋଗ ରେ ସଫଳତା ହାସଲ କରି ନିଜ ଗାଁ କୁ ଫେରିଛନ୍ତି ଜଗବନ୍ଧୁ ସାମନ୍ତରା ।

ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା କୋଷାକଟା ଗ୍ରାମ କୁ ଯାଇ ଜଗବନ୍ଧୁ ଙ୍କୁ ଶୁଭେଛା ଜଣାଇବା ସହ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ । ବିଧାୟକ ଙ୍କ ସହିତ ଜିଲ୍ଲା ବିଜେଡ଼ି ଉପ ସଭାପତି ଦିଲ୍ଲୀପ କୁମାର ଦଳ ବେହେରା, ସରପଞ୍ଚ ଙ୍କ ପ୍ରତିନିଧି ଦାଶରଥି ପ୍ରଧାନ, ପଞ୍ଚାୟତ ଛାତ୍ର ବିଜେଡ଼ି ସଭାପତି ମାନସ ରଞ୍ଜନ ତ୍ରିପାଠୀ,ନୂଆଗାଁ ମହାବିଦ୍ୟାଳୟ ଅବସରପ୍ରାପ୍ତ ଅଧ୍ୟକ୍ଷ ଭିକାରୀ ଚରଣ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version