ଓଡ଼ିଶା ତାଜା ନ୍ୟୁଜ୍/୨୬ ଜୁନ ରବିବାର/ନୟାଗଡ଼ :- ଆଜି କାଲି ର ଯୁବ ପୀଢ଼ି ନିଜର ଜନ୍ମଦିନକୁ ଆଧୁନିକ ଚାକଚକ୍ୟ ର ଆଡମ୍ୱର ପୂର୍ଣ୍ଣ ଭାବେ ପାଳନ କରୁଥିବା ବେଳେ କିନ୍ତୁ ସାଇ ଶୁଭମ୍ ଏଇ ସବୁ ର ଉର୍ଦ୍ଧ୍ବ ରେ ରହି ଆଗାମୀ ଭବିଷ୍ୟତ,ପରିବେଶ କୁ ଦୃଷ୍ଟି ରଖି ନିଜ ଜନ୍ମଦିନରେ ସାଥୀ ମନ ଙ୍କ ସହ ରାଜ୍ୟରେ ରକ୍ତ ଅଭାବ ଦୂର ନିମନ୍ତେ ‘ଜୀବନବିନ୍ଦୁ’ କାର୍ଯ୍ୟକ୍ରମ ମାଧ୍ୟମରେ ରକ୍ତଦାନ ଶିବିର ର ଆୟୋଜନ କରିଛନ୍ତି ।

ଏହି ପ୍ରରିପେକ୍ଷୀରେ ବ୍ରଜେନ୍ଦ୍ର ହାଇ ସ୍କୁଲ ପରିସରରେ ଆଜି ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଇଟାମାଟିର ଯୁବ ସମାଜ ସେବି ସାଇ ଶୁଭମ ତାଙ୍କ ଜନ୍ମଦିବସ ଅବସରରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ କରିଥିଲେ । ଏହି ଅବସରରେ ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ ଉଦ୍ଘାଟନ କରିଥିଲେ ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ଉପସ୍ଥିତ ଥିଲେ । ଏବଂ ଯୁବବର୍ଗଙ୍କ ଏଭଳି ମହତ କାର୍ଯ୍ୟକୁ ଭୁରି ପ୍ରଶଂସା କରିଥିଲେ ଅରୁଣ ।
