ପାରଳାଖେମୁଣ୍ଡି ସହରର ନୂଆଁ ବଷ୍ଟାଣ୍ଡ ନିକଟରେ ନକଲି ଫିନୋଲାକ୍ସ ୱାଇର ବିକ୍ରୀକରି ମହାଲକ୍ଷ୍ମୀ ଇଲେକ୍‌ଟ୍ରିକାଲ ଆଣ୍ଡ ହାର୍ଡୱେର ଦୋକାନର ମାଲିକ ଗିରଫ

ଓଡ଼ିଶା ତାଜା ନ୍ୟୁଜ୍/୨୫ ଜୁନ ଶନିବାର/ପାରଳାଖେମୁଣ୍ଡି  :- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଡୁପ୍ଲିକେଟ ବିଦ୍ୟୁତତାର ବିକ୍ରି କରି ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବାର ଜଣାପଡିଛି । ପାରଳାଖେମୁଣ୍ଡି ଆଦର୍ଶ ଥାନା ପକ୍ଷରୁ ଏନେଇ ଏକ ପ୍ରେସ ବିବୃତିରେ ସୂଚନା ପ୍ରଦାନ କରାଯାଇଛି ଯେ, ସହରର ନୂଆବସ୍‌ଷ୍ଟାଣ୍ଡ ନିକଟରେ ମହାଲକ୍ଷ୍ମୀ ଇଲେକ୍‌ଟ୍ରିକାଲ ଆଣ୍ଡ ହାର୍ଡୱେର ଡୁପ୍ଲିକେଟ ଫିନୋଲାକ୍ସ ବିଦ୍ୟୁତ ତାର ବିକ୍ରି କରୁଥିବାର ପୁନେସ୍ଥିତ ଆଇପିଆର ଫିନୋଲାକ୍ସ କମ୍ପାନୀର ଉପପରିଚାଳକ ମୁକେଶ କୁମାର ରାଉତ ପାରଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଲିଖିତ ଅଭିଯୋଗକୁ ଆଧାର କରି ପାରଳା ଆଦର୍ଶ ଥାନା ପୋଲିସ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍ ଉଲ୍ଲେଖିତ ଦୋକାନରେ ଚଢାଉ କରି ଯାଞ୍ଚ କରିଥିଲେ । ଯାଞ୍ଚ ସମୟରେ ୫୧ବଣ୍ଡଲ ଡୁପ୍ଲିକେଟ ଫିନୋଲାକ୍ସ ବିଦ୍ୟୁତ ତାର ଠାବ ହୋଇଥିଲା । ଏହାପରେ ମହାଲକ୍ଷ୍ମୀ ଇଲେକ୍‌ଟ୍ରିକାଲ ଆଣ୍ଡ ହାର୍ଡୱେର ଦୋକାନର ମାଲିକ ତଥା ରାଜସ୍ଥାନର ଜାଲୋର ଜିଲ୍ଲାର ରାମସିଂ ଅନ୍ତର୍ଗତ ସୋମାଟା ଗ୍ରାମର ମୂଳବାସୀନ୍ଦା ଦୀପରାମ କାମରାମଜୀ (୨୪)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଏନେଇ ୧୨୪/୨୨ରେ ଏକ ମାମଲା ରୁଜୁ କରାଯାଇଥିବାର ଥାନା ଅଧିକାରୀ ଶ୍ରୀ ସ୍ୱାଇଁଙ୍କ ସୂତ୍ରରୁ ପ୍ରକାଶ ।

Exit mobile version