ବାଇକ୍ ଦୁର୍ଘଟଣାରେ ଲିଲିଗଡ ପଞ୍ଚାୟତ ଗ୍ରାମ ରୋଜଗାର ସେବକ ସୁଶାନ୍ତନାୟକଙ୍କ ମୃତ୍ୟୁ

ଓଡ଼ିଶା ତାଜା ନ୍ୟୁଜ୍/୨୪ ଜୁନ ଶୁକ୍ରବାର/ପାରଳାଖେମୁଣ୍ଡି :- ତଥାଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ନାରିଙ୍ଗୀ ଗ୍ରାମ ରାସ୍ତାରେ ବାଇକ୍ ଦୁର୍ଘଟଣା ଗସ୍ତ ହେବା ଫଳରେ  ଲିଲିଗଡ ଗ୍ରାମ ପଂଚାୟତରେ କାର୍ଯ୍ୟରତ ଗ୍ରାମ ରୋଜଗାର ସେବକ ସୁଶାନ୍ତ ନାୟକଙ୍କ ମୃତ୍ୟୁ ଘଟିଛି। ଘଟଣାରୁ ପ୍ରକାଶ ସୁଶାନ୍ତ ନିଜ କାମ ସାରି ଘରକୁ ଖାଇବା ପାଇଁ ଯିବା ବେଳେ ଗ୍ରାମ ରାସ୍ତାରେ ବାଇକ୍ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା।

ଯାହା ଫଳରେ ରାସ୍ତା କଡ଼ରେ ଛିଟିକି ପଡି ବହୁ ସମୟ ଧରି ରକ୍ତଜୁଡୁ ବୁଡୁ  ଅବସ୍ଥାରେ ପଡ଼ିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ମୋହନା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଡାକ୍ତର ତାଙ୍କୁ ପ୍ରାଥମିକ ଚିକିତ୍ସା କରିବା ପରେ ବ୍ରହ୍ମପୁର   ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ସେଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେ ପ୍ରଥମେ ସାମ୍ବାଦିକତା କରିଥିଲେ ଏବଂ ପରେ ଗ୍ରାମ ରୋଜଗାର ସେବକ ଚାକିରୀ ପାଇଥିଲେ।

 

Exit mobile version