ଯୁବ ଡକ୍ଟର ନରସିଂହ ପ୍ରସାଦ ଚରତିଙ୍କୁ ସର୍ବୋତ୍ତମ ପଦକ “ଆରୋଗ୍ୟରତ୍” ୨୦୨୨ ” ରେ ଭୂଷିତ

ଓଡ଼ିଶା ତାଜା ନ୍ୟୁଜ୍/୨୪ ଜୁନ ଶୁକ୍ରବାର/ପାରଳାଖେମୁଣ୍ଡି :- Holistic Medicine Research Foundation (HMRF) ଦ୍ୱାରା ଆୟୋଜିତ ୨ୟ ପାରମ୍ପରିକ ଔଷଧ ବିଶ୍ଵ ସମ୍ମିଳନୀ ର ଏକ ବର୍ଣ୍ଣାଢ଼୍ୟ ସମାବର୍ତ୍ତନ କାର୍ଯକ୍ରମ ରେ SIFA ଆନ୍ତର୍ଜାତୀୟ ପୁରସ୍କାର ଓ ସମାବର୍ତ୍ତନ ଉତ୍ସରେ ଯୁବ ଡକ୍ଟର ନରସିଂହ ପ୍ରସାଦ ଚରତିଙ୍କୁ ସର୍ବୋତ୍ତମ ପଦକ “ଆରୋଗ୍ୟ ରତ୍ନ ୨୦୨୨” ରେ ଭୂଷିତ କରାଯାଇଛି । ସେ ଜଣେ ବିକଳ୍ପ ଔଷଧ ଅଭ୍ୟାସକାରୀ। କର୍ଣ୍ଣାଟକର ବେଙ୍ଗାଲୁରୁ ସ୍ଥିତ Dr. ବି. ଆର୍. ଆମ୍ବେଦକର ଭବନ ଅଡିଟୋରିୟମରେ HMRF,ତେଲେଙ୍ଗାନା ଦ୍ଵାରା ଆୟୋଜିତ ଏକ ବର୍ଣ୍ଣାଢ଼୍ୟ କାର୍ଯକ୍ରମ ରେ ଡ. ଚରତି ଙ୍କୁ ଏହି ସର୍ବୋତ୍ତମ ମାନପତ୍ର ପ୍ରଦାନ କରା ଯାଇଥିଲା ।

ପାରମ୍ପରିକ ଆୟୁର୍ବେଦ ଔଷଧ ରେ ସିଦ୍ଧହସ୍ତ ତଥା ଏକ ସଫଳ ଯୁବ ଡ଼ାକ୍ତର ଭାବେ ତାଙ୍କୁ ଏଇ ସର୍ବ ବୃହତ୍ ଆରୋଗ୍ୟ ରତ୍ନ ୨୦୨୨ ରେ ଉକ୍ତ ଆନ୍ତର୍ଜାତୀୟ ମହାମଞ୍ଚରେ ଭୂଷିତ କରାଯାଇଥିଲା । ସୂଚନାଯୋଗ୍ୟ କି ସର୍ବପ୍ରଥମେ ଡ଼ାକ୍ତର ନରସିଂହ ପ୍ରସାଦ ଚରତି ଙ୍କ ତବଲା ବାଦନ ରୁ ଏଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଥିଲା । HMRF ର ସମସ୍ତ ସଦସ୍ୟମାନଙ୍କ ସହ ୫୩ ଗୋଟି ଦେଶ ର ଡ଼ାକ୍ତର ମାନେ ବିଶ୍ବବ୍ୟାପୀ ପାରମ୍ପରିକ ଔଷଧ ର ପ୍ରଚାର ପ୍ରସାର କରି ବିଶ୍ଵରେ ଏକ ଐତିହାସିକ ରେକର୍ଡ଼ ସୃଷ୍ଟି କରିଥିଲେ । ଏଇ ବଛା ବଛା ପାରମ୍ପରିକ ଔଷଧ ପ୍ରୟୋଗକରି ଡାକ୍ତରୀ ଦଳ ଙ୍କ ଏଇ ସଫଳ ଯାତ୍ରା ନିମନ୍ତେ Dr ଦୀପକ ରାଉତ ଙ୍କ ତତ୍ତ୍ଵାବଧାନରେ ୨ଦିନ ଧରି ଏଇ ୨ୟ ପାରମ୍ପରିକ ଔଷଧ ବିଶ୍ଵ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ସୂଚନାଯୋଗ୍ୟ କି ସର୍ବପ୍ରଥମେ ଡ଼ାକ୍ତର ନରସିଂହ ପ୍ରସାଦ ଚରତି ଙ୍କ ତବଲା ବାଦନ ରୁ ଏଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଥିଲା ।

ଏହି ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମ ରେ ଭାବେ ଆନ୍ତର୍ଜାତୀୟ ପ୍ରମୁଖ ଅତିଥି ଭାବେ ଆଲ୍ ଫାରବି କାଝକ୍ ଜାତୀୟ ବିଶ୍ଵବିଦ୍ୟାଳୟର କୁଳପତି Dr. ତାତ୍ୟାନା ମୌଲ୍ , ମୁଖ୍ୟ ଅତିଥି ଭାବେ କର୍ଣାଟକ ର ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇ , ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ Dr କେ.ସୁଧାକର ଏବଂ ଆନ୍ତର୍ଜାତୀୟ ବକ୍ତା ଭାବେ ସୁଇଜରଲ୍ୟାଣ୍ଡ ର Prof.Dr . Jacqueline Jacques , Prof Dr ଅଲି ଇରାନୀ ଏବଂ ସମ୍ମାନିତ ଅତିଥି ଭାବେ ଭାରତୀୟ Acupuncture system ର ଜନକ ପ୍ରଫେସର୍ Dr ଇନ୍ଦ୍ରଜିତ ସିଂହ ଏବଂ ISRO ର ତତ୍କାଳୀନ ବିଶିଷ୍ଟ ବୈଜ୍ଞାନିକ ଶ୍ରୀ Dr. ଭୋଜରାଜ ଗାଉଡେର୍ ପ୍ରମୁଖ ଉପସ୍ଥିତ ରହିଥିଲେ ।

ପରିଶେଷରେ ସନ୍ଧ୍ୟା ସମୟ ରେ ସଙ୍ଗୀତ କାର୍ଯ୍ୟକ୍ରମ ରେ ମଧ୍ୟ ଶ୍ରୀ ନରସିଂହ ପ୍ରସାଦ ଚରତି ବିଶେଷ ତବଲା ବାଦନ କରି ଦର୍ଶକଙ୍କ ମନ ହରଣ କରିନେଇଥିଲେ ।ଏହି କାର୍ଯ୍ୟକ୍ରମ ରେ ମଧ୍ୟ ଶ୍ରୀ ଚରତି ଙ୍କୁ ସମ୍ମାନିତ କରାଯାଇଥିଲା । ସେ ପରିଶେଷରେ ପଲ୍ଲୀ ଗ୍ରାମରେ ଜନ ସାଧାରଣଙ୍କ ସ୍ବାସ୍ଥ୍ୟ ସାଧନ ପାଇଁ ଶପଥ ଗ୍ରହଣ କରିଛନ୍ତି ଏବଂ ବିଶ୍ଵରେ ଶାନ୍ତି ଓ ପ୍ରେମର ବାର୍ତ୍ତା ପ୍ରେରଣ କରିବାରେ ମଧ୍ୟ ବ୍ରତୀ ରହିବେ ବୋଲି କହିଛନ୍ତି । ସେ ନିଜ ବାପା ,ନାନୀ ଏବଂ ବଡ଼ ଭାଇ ଙ୍କ ପ୍ରେରଣା ରୁ ଏଇ କାର୍ଯ୍ୟ କରିଆସୁଛନ୍ତି ଏବଂ ସେମାନଙ୍କୁ ଅଶେଷ କୃତଞତା ମଧ୍ୟ ଦେଇଛନ୍ତି । ତଥା ଉକ୍ତ ଗୌରବମୟ ସମ୍ମାନ କୁ ଭାରତୀୟ ଜନସାଧାରଣ ନିମନ୍ତେ ଉତ୍ସର୍ଗ କରିଛନ୍ତି । ଏଇ ପରିପ୍ରେକ୍ଷୀରେ Dr ଚରତିଙ୍କୁ ଜାତୀୟ ଏବଂ ଆନ୍ତର୍ଜାତୀୟ ମହଲ ରୁ ପ୍ରଶଂସାର ସୁଅ ଛୁଟି ଆସୁଛି

Exit mobile version