ଦିଲ୍ଲୀ ଯୋଗ ଶିବିରରୁ ସଫଳତା ସହ ଫେରିଲେ ଜଗବନ୍ଧୁ

ଓଡ଼ିଶା ତାଜା ନ୍ୟୁଜ୍/୨୪ ଜୁନ ଶୁକ୍ରବାର/ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା କୋଷା କଟା ବିଦ୍ୟାଳୟ ର ଛାତ୍ର ଜଗବନ୍ଧୁ ସାମନ୍ତରା ରାଜ୍ୟ ସ୍ତରୀୟ ଯୋଗ ଓ ପ୍ରାଣାୟାମ ପ୍ରତିଯୋଗିତାରେ କୃତିତ୍ୱ ଲାଭ କରି ଦିଲ୍ଲୀ ଯାଇଥିଲେ । ଦିଲ୍ଲୀରେ ୫ ଦିନିଆ ଯୋଗ ଶିବିରରେ ଅଂଶ ଗ୍ରହଣ କରି ସଫଳତାର ସହ ଫେରିଛନ୍ତି ଜଗବନ୍ଧୁ ।

ଜଗବନ୍ଧୁ ଫେରିବା ପରେ ସମ୍ପଡ଼ା ଯୋଗ ଅନୁଷ୍ଠାନ ତରଫରୁ ସ୍ବାଗତ ଓ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ତାଙ୍କ ଯୋଗଗୁରୁ ପରମାନନ୍ଦ ପରିଡ଼ା ଜଗବନ୍ଧୁ ଙ୍କୁ ଫୁଲତୋଡ଼ା ଦେଇ ସ୍ବାଗତ କରିଥିଲେ । ଅନୁଷ୍ଠାନ ର ସଦସ୍ୟ ପ୍ରମୋଦ କୁମାର ଖଣ୍ଡୁଆଳ, ରଞ୍ଜିତା ଦେଇ,ଶ୍ରୀଧର ନାୟକ ଏବଂ ଛାତ୍ର ଛାତ୍ରୀ ଜଗବନ୍ଧୁ ଙ୍କୁ କରତାଳି ଦେଇ ସ୍ବାଗତ କରିଥିଲେ।ଦିଲ୍ଲୀରେ ୫ ଦିନିଆ ଯୋଗ ଶିବିରର ଅନୁଭୂତି କହିଥିଲେ ଜଗବନ୍ଧୁ ।

Exit mobile version