ଓଡ଼ିଶା ତାଜା ନ୍ୟୁଜ୍/୨୩ ଜୁନ ଗୁରୁବାର/ମାଲକାନଗିରି :- କୁଡୁମୁଲୁଗୁମ୍ମା, ଭାରତବର୍ଷର ମହାପର୍ବ “ଆଜାଦୀ କି ଅମୃତ ମହୋତ୍ସବ ୨୦୨୨ ପରିପ୍ରେକ୍ଷୀରେ ସ୍ୱତନ୍ତ୍ରତା ର ସୁନେହେରି ପଞ୍ଚସ୍ତରୀ ବର୍ଷର ଅଭିଜ୍ଞତା ଓ କଷ୍ଟାର୍ଜିତ ସ୍ୱାଧୀନତା ପ୍ରାପ୍ତି ର ମହାବାର୍ତ୍ତା ପ୍ରଦାନ ସହ ,ରାଷ୍ଟ୍ରୀୟ ଧ୍ୱଜା “ତ୍ରୀରଙ୍ଗା” ଓ ଏହାର ବୈଶିଷ୍ଟ୍ୟଗୁଡିକ ସଂପର୍କରେ ଯୁବପିଢି କୁ ସୂଚନା ଦେବା ନିମନ୍ତେ , ସ୍ୱାଧୀନତା ସଂଗ୍ରାମ ରେ ବଳିଦାନ ଦେଇଥିବା ସମସ୍ତ ବୀର ଶହୀଦ ମାନଙ୍କୁ ନମନ୍ କରିବାର ମହାର୍ଘ ମାନସିକତା ନେଇ କେନ୍ଦ୍ର ସରକାର ଙ୍କ ଆହ୍ବାନ ପରିପ୍ରେକ୍ଷୀରେ ଅଖଣ୍ଡ ଭାରତ, କୁମାରୀକା ଠାରୁ ହିମାଳୟ ଯାଏଁ ଯୁବପିଢି ଓ କୈଶୋର ବର୍ଗଙ୍କୁ ରାଷ୍ଟ୍ରୀୟ ଚେତନାରେ ଉଦ୍ ବୃଦ୍ଧ କରି “ଏକ୍ ଭାରତ୍ ,ଶ୍ରେଷ୍ଠ ଭାରତ୍” ଗଠନ ନିମନ୍ତେ, ସିମା ସୁରକ୍ଷା ବଳ (ବିଏସଏଫ ୧୫୧ ବାଟାଲିୟନ କୁଡୁମୁଲୁଗୁମ୍ମା) ତରଫରୁ “ହର୍ ଘର୍ ରାଷ୍ଟ୍ରୀୟ ଝଣ୍ଡା “କାର୍ଯ୍ୟକ୍ରମ ଅବସରରେ ମାନ୍ୟବର ଭାରତର ଯଶଃସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ଯୁକ୍ତ ନରେନ୍ଦ୍ର ମୋଦି କଂ ବାର୍ତ୍ତା ପହଞ୍ଚାଇବା ନିମନ୍ତେ ରାଷ୍ଟ୍ରବାଦୀ ଚେତନାର ଜାଗୃତିକା ନେଇ କୁଡୁମୁଲୁଗୁମ୍ମା(ଗୁଣ୍ଡୁରିଗୁଡା) ସ୍ଥିତ ଆଦର୍ଶ ବିଦ୍ୟାଳୟ ପ୍ରାଙ୍ଗଣରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ବିଏସଏଫ କୁଡୁମୁଲୁଗୁମ୍ମା ର ସମସ୍ତ ସୁରକ୍ଷା ବଳ କର୍ମକର୍ତ୍ତା କଂ ସହ ଗୃପ୍ କମାଣ୍ଡର ନୀରଜ ଶର୍ମା ,ସବ୍ ଇନ୍ସପେକ୍ଟର ଭିପିନ୍ କୁମାର, ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ସତ୍ୟପା ,ହାବିଲଦାର ଅମ୍ରିତ ଲାଲ ସୋରେନ ପ୍ରମୁଖ ଯୋଗଦାନ କରି ଛାତ୍ର ଛାତ୍ରୀ ମାନଙ୍କୁ ଦେଶ ପ୍ରତି ସମର୍ପିତ ହୋଇ ଦେଶ ମାତୃକାର ସେବା କରିବା ନିମନ୍ତେ ଅଭିପ୍ରେରିତ କରିଥିଲେ । କାର୍ଯ୍ୟକ୍ରମ ରେ କୁଡୁମୁଲୁଗୁମ୍ମା (ଗୁଣ୍ଡୁରିଗୁଡା) ଆଦର୍ଶ ବିଦ୍ୟାଳୟ ର ଅଧ୍ୟକ୍ଷ ହର ପ୍ରସାଦ ସ୍ୱାଇଁ, ଅଧ୍ୟାପକ ମହେଶ୍ବର ସାହୁ,ପପୁ ସାହୁ , ଅଭିଜିତ ଷଢ°ଗୀ, ଭାସ୍କର ମାଝୀ, କନ୍ଦର୍ପ ଦଳେଇ, ଶୁଭସ୍ମିତା ପୃଷ୍ଠି,ରାସନନ୍ଦ ନାୟକ, ଦୀନେଶ କୁମାର ରାନ୍ଚୋଡ ଓ ବିମଲ କୁମାର ଜେନା ,ଯୁବ ସାମାଜିକ କର୍ମୀ ଭଗବାନ ସାହୁ , ଜ୍ୟୋତି ରଞ୍ଜନ ବେହେରା, ପରିଚାଳନା କମିଟି ର ଅନ୍ୟାନ୍ୟ କର୍ମକର୍ତ୍ତା ଓ ସମସ୍ତ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।
