ଭାରତୀୟ ସ୍ତ୍ରୀ ଶକ୍ତିର ଦକ୍ଷତା ତାଲିମ ଶିବିର ଆରମ୍ଭ

ଓଡ଼ିଶା ତାଜା ନ୍ୟୁଜ୍/୨୩ ଜୁନ ଗୁରୁବାର/ଖୋର୍ଦ୍ଧା-ଜଟଣୀ :- “ସ୍ୱର”ଏକ ଶକ୍ତିଶାଳୀ ମହିଳା ସଂଗଠନ ଯାହାକି ସମାଜରେ ମହିଳା ମାନଙ୍କ ଜୀବନ ଓ ଜୀବିକା ରେ ପରିବର୍ତ୍ତନ ଆଣି ସେମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ତାଲିମ ପ୍ରଦାନ କରିବା ପାଇଁ ଜଟଣୀରେ ୩ ଦିନିଆ ଦକ୍ଷତା ବିକାଶ ପ୍ରଶିକ୍ଷଣ ଶିବିର ର ଆୟୋଜନ କରିଅଛି l ସ୍ୱର-ସ୍ତ୍ରଙ୍ଗ ଓମେନ ଆସୋସିଏସନ ଫର ରେଫୋରମେଶନ ଓଡ଼ିଶା ଚାପ୍ଟର ଅଫ ଭାରତୀୟ ସ୍ତ୍ରୀ ଶକ୍ତି ପକ୍ଷରୁ ଏକ ତିନିଦିନିଆ ଦକ୍ଷତା ତାଲିମ ଶିବିର ଜଟଣୀ ଜଗନ୍ନାଥ ବିହାର ଠାରେ ଆରମ୍ଭ ହୋଇଯାଇଛି।

ଏଥିରେ ଜଟଣୀ ପୌରାଞ୍ଚଳର ପିଚିସି ରୁ ଉର୍ଦ୍ଧ୍ବ ସ୍ତ୍ରୀ ଲୋକମାନେ ଯୋଗଦେଇ ନିଜ ନିଜର ଜାଣିଥିବା କାରୁକାର୍ଯ୍ୟ ପ୍ରଦର୍ଶିତ କରିବା ସହ କେନ୍ଦ୍ର ଓ ରାଜ୍ୟ ସ୍ତରୀୟ ଟ୍ରେନର ମାନଙ୍କ ଠାରୁ ଅଧିକ ତାଲିମ ଗ୍ରହଣ କରୁଛନ୍ତି।ମୁଖ୍ୟତଃ ଏମାନଙ୍କ କଳାକୃତି, କାରୁକାର୍ଯ୍ୟକୁ ଲୋକାଭିମୁଖୀ କରି ସ୍ୱାବଲମ୍ବୀ କରିବା “ସ୍ୱର”ର ମୁଳଲକ୍ଷ।ଏହି କାର୍ଯ୍ୟକ୍ରମକୁ ଜାତୀୟ ଯୁଗ୍ମ ସମ୍ପାଦିକା ଶ୍ରୀମତୀ ଚନ୍ଦନା ଦାସ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିବାବେଳେ ସବିତା ରାୟ ଓ ରିନା ପଟନାୟକ ପ୍ରମୁଖ ପରିଚାଳନା କରିଥିଲେ।

Exit mobile version