ଆଶୁତୋଷ ରାୟ ହେଲେ ବିଜେଡ଼ି ଆଇନ ପରାମର୍ଶ ଦାତା

ଓଡ଼ିଶା ତାଜା ନ୍ୟୁଜ୍/୨୩ ଜୁନ ଗୁରୁବାର/ଖୋର୍ଦ୍ଧା-ଜଟଣୀ :- ଖୋର୍ଦ୍ଧା ଜିଲ୍ଲା ବିଜେଡ଼ି ସଭାପତି ଶ୍ରୀ ବିଭୂତି ଭୂଷଣ ବଳବନ୍ତରାୟ ଜଟଣୀ ନଗର ବିଜେଡ଼ି ର ଆଇନ ପରାମର୍ଶଦାତା ଭାବେ ବରିଷ୍ଠ ଆଇନଜୀବି ଶ୍ରୀ ଆଶୁତୋଷ ରାଏ ଙ୍କୁ ନିଯୁକ୍ତି ଦେଇଛନ୍ତି। ଆଜି ତାଙ୍କୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଟଣୀ ପୌରପରିଷଦ ଅଧ୍ୟକ୍ଷ ଶ୍ରୀ ଅନନ୍ତ ବେହେରା,ଜଟଣୀ ବ୍ଳକ ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ଛୋଟରାୟ,

ନଗର ବିଜେଡ଼ି ସଭାପତି ଶ୍ରୀ ଆଶୁତୋଷ ପ୍ରତାପ ସିଂହ ପୂର୍ବତନ କାଉନସିଲର ଶ୍ରୀ ବିଜୟ କୁମାର ପଣ୍ଡା ବିଜେଡ଼ି ନେତା ରାଜେନ୍ଦ୍ର ପ୍ରସାଦ ପଟ୍ଟନାୟକ ଅଧ୍ୟାପକ ଶ୍ରୀ ଶୁଶାନ୍ତ ରାଉତ ସମାଜସେବୀ ଶ୍ରୀ ପ୍ରସନ୍ନ ସାହୁ,ଶ୍ରୀ ବୁଲୁ ମହାନ୍ତିଙ୍କ ସମେତ ବହୁ ମାନ୍ୟ ଗନ୍ୟ ଲୋକଙ୍କ ଉପସ୍ଥିତି ରେ ଶ୍ରୀ ରାଏ ଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଥିଲା।ଶ୍ରୀ ରାୟଙ୍କ ନିଯୁକ୍ତିକୁ ନେଇ ଜଟଣୀରେ ବେଶ ଖୁସିର ବାତାବରଣ ସୃଷ୍ଟି ହୋଇଛି ।

Exit mobile version